ଲକ୍ଷ ଲକ୍ଷ ଖର୍ଚ୍ଚ, ତଥାପି ଅଚଳ: ଗାଁ’ରେ ଷ୍ଟ୍ରିଟ୍‌ଲାଇଟ୍‌ରେ ଅବ୍ୟବସ୍ଥା, ପଞ୍ଚାୟତ ଉପରେ ୨ କୋଟି ବିଦ୍ୟୁତ୍‌ ବିଲ୍‌ ବାକି

ଗାଁ’ଗଣ୍ଡାରେ ଉଜ୍ଜ୍ବଳ ଆଲୋକ ପ୍ରଦାନ ପାଇଁ ବିଭିନ୍ନ ଯୋଜନାରେ ପାଣି ଭଳି ଅର୍ଥ ଖର୍ଚ୍ଚ ହେଉଛି। କୋଟିକୋଟି ଟଙ୍କା ବ୍ୟୟରେ ଷ୍ଟ୍ରିଟ୍‌ଲାଇଟ୍‌ ଲଗାଯାଉଛି। କିନ୍ତୁ କାର୍ଯ୍ୟର ମାନ ଏଭଳି ଯେ ମାତ୍ର ବର୍ଷ କେଇଟା ନପୂରୁଣୁ ଗାଁ ରାସ୍ତା ପୁଣି କିଟି କିଟି ଅନ୍ଧାର।

fshfsfsbbxvbxv

ବାଲିପାଟଣା: ଗାଁ’ଗଣ୍ଡାରେ ଉଜ୍ଜ୍ବଳ ଆଲୋକ ପ୍ରଦାନ ପାଇଁ ବିଭିନ୍ନ ଯୋଜନାରେ ପାଣି ଭଳି ଅର୍ଥ ଖର୍ଚ୍ଚ ହେଉଛି। କୋଟିକୋଟି ଟଙ୍କା ବ୍ୟୟରେ ଷ୍ଟ୍ରିଟ୍‌ଲାଇଟ୍‌ ଲଗାଯାଉଛି। କିନ୍ତୁ କାର୍ଯ୍ୟର ମାନ ଏଭଳି ଯେ ମାତ୍ର ବର୍ଷ କେଇଟା ନପୂରୁଣୁ ଗାଁ ରାସ୍ତା ପୁଣି କିଟି କିଟି ଅନ୍ଧାର। ବ‌ାଲିପାଟଣା ବ୍ଲକ୍‌ର ଗ୍ରାମାଞ୍ଚଳରେ ଏବେ ଷ୍ଟ୍ରିଟ୍‌ଲାଇଟ୍‌କୁ ନେଇ ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୭ରୁ ୨୦୨୨ ମଧ୍ୟରେ ବ୍ଲକ୍‌ର ୧୭ଟି ପଞ୍ଚାୟତରେ ଶହ ଶହ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇଥିଲା। ସେଥିପାଇଁ ଜିପିଡିପି ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ଏହାବାଦ ବିଧାୟକ ଓ ସାଂସଦଙ୍କ ପାଣ୍ଠିରୁ ହାଇମାଷ୍ଟ୍‌ ଓ ସୋଲାର୍‌ ଲାଇଟ୍‌ ଲାଗିଲା। ସେହିପରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ  ୫ ଶହରୁ ଅଧିକ ଲାଇଟ୍‌ ଲାଗିଥିଲା। ଫଳରେ ଗାଁ’ରାସ୍ତା, ଦେବାଳୟ, ପୋଖରୀ ତୁଠ, ବଜାର ଓ ସର୍ବସାଧାରଣ ଜାଗା ମାଳ ମାଳ ଷ୍ଟ୍ରିଟ୍‌ ଲାଇଟ୍‌ରେ ଝଲସିଲା। କିନ୍ତୁ ବର୍ଷ କେଇଟା ମଧ୍ୟରେ ସବୁ ଅନ୍ଧାର। ଏବେ ଖାଲି ଖୁଣ୍ଟ ଅଛି ସିନା, ଲାଇଟ୍‌ ଗାଏବ୍‌। ଲଗାଯାଇଥିବା ଲାଇଟ୍‌ଗୁଡ଼ିକର ରକ୍ଷଣାବେକ୍ଷଣ କରା ନଯିବାରୁ ଏଭଳି ସ୍ଥିତି ଉପୁଜିଥିବା କିଛି ଗ୍ରାମବାସୀ ମତ ଦେଇଛନ୍ତି। ଆଉ କେତେକ ଏହି ଆଲୋକୀକରଣରେ ବ୍ୟାପକ ଦୁର୍ନୀତି ହୋଇଥିବା ସନ୍ଦେହ କରିବା ସହିତ ନିମ୍ନମାନର କାର୍ଯ୍ୟ ଯୋଗୁ ଏଭଳି ସ୍ଥିତି ଉପୁଜିଲା ବୋଲି କହିଛନ୍ତି।

ମକୁନ୍ଦଦାସପୁର ସରପଞ୍ଚ ସୋମନାଥ ଖଟେଇଙ୍କ ସୂଚନା ଅନୁସାରେ ୨୦୧୯ରୁ ୨୦୨୨ ମଧ୍ୟରେ ପଞ୍ଚାୟତରେ ୨ଟି ପର୍ଯ୍ୟାୟରେ ପ୍ରାୟ ୧୭୯ଟି ଷ୍ଟ୍ରିଟ୍‌ଲାଇଟ୍‌ ଲାଗିଥିଲା। ଏବେ ସେସବୁ ପୂରା ଉଭାନ୍‌। ୨୦୨୩-୨୪ରେ ଜିଲ୍ଲା ପ୍ରଶାସନ ତରଫରୁ ୩ଟି ରାଜସ୍ବ ଗାଁ ପାଇଁ ୩୦ଟି ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିଲା। କିନ୍ତୁ ଏବେ ସେଥିରୁ ଅଧାରୁ ଅଧିକ ଅଚଳ। ପଞ୍ଚାୟତରେ ଥିବା ୪ଟି ହାଇମାଷ୍ଟ୍‌ ଲାଇଟ୍‌ରୁ ମାତ୍ର ୨ଟି ଜଳୁଛି। ଗାରେଡ଼ିପାଞ୍ଚଣ ସରପଞ୍ଚ ଶକୁନ୍ତଳା ଭୋଇଙ୍କ କହିବା କଥା ଗୋଟିଏ ଆର୍ଥିକ ବର୍ଷରେ ୨ ଥରରେ ୨୭୯ଟି ଲାଇଟ୍‌ ଲାଗିଥିଲା। ସେଥିରୁ ୨ ଶହରୁ ଅଧିକ ଲାଇଟ୍‌ ଏବେ ନାହିଁ। କେବଳ ସେତିକି ନୁହେଁ, ବିଧାୟକ ପାଣ୍ଠିରୁ ଲାଗିଥିବା ହାଇମାଷ୍ଟ୍‌ ଲାଇଟ୍‌ଗୁଡ଼ିକ ମଧ୍ୟ ବହୁ ସ୍ଥାନରେ ଅଚଳ ହୋଇପଡ଼ିଛି। ବାଲିପାଟଣା ମୁଖ୍ୟ ଛକ ସରାଟ ନୀଳକଣ୍ଠେଶ୍ୱର ମନ୍ଦିରରେ ଲାଗିଥିବା ହାଇମାଷ୍ଟ୍‌ ଲାଇଟ ଖରାପ ହୋଇପଡିଛି।
ଅନ୍ୟପକ୍ଷରେ ଷ୍ଟ୍ରିଟ୍‌ଲାଇଟ୍‌ଗୁଡ଼ିକ ଜଳୁ ନଥିଲେ ମଧ୍ୟ ଏହି ଲାଇଟ୍‌ ବାବଦ ବିଦ୍ୟୁତ୍‌ ବିଲ୍‌ ବୋଝ ମୁଣ୍ଡାଉଛନ୍ତି ପଞ୍ଚାୟତ। ଏବେ ସୁଦ୍ଧା ୧୭ଟି ପଞ୍ଚାୟତ ଉପରେ ଟିପିସିଓଡିଏଲ୍‌ର ୨ କୋଟି ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବକେୟା ଅଛି। ତେଣୁ ଆଲୋକୀକରଣରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe