୨୫ରୁ ଭାଷାତତ୍ତ୍ୱ ଉପରେ ଆଲୋଚନା

Advertisment

ଦେଶର ବିଭିନ୍ନ ପ୍ରାନ୍ତରୁ ଯୋଗ ଦେବେ ୪୦ ଗବେଷକ

ଦେଶର ବିଭିନ୍ନ ପ୍ରାନ୍ତରୁ ଯୋଗ ଦେବେ ୪୦ ଗବେଷକ

୨୫ରୁ ଭାଷାତତ୍ତ୍ୱ ଉପରେ ଆଲୋଚନା

ପୁରୁଣା ଭୁବନେଶ୍ୱର : ଭାଷାତତ୍ତ୍ୱ ଅଧ୍ୟୟନ ଓ ଗବେଷଣା ଦୃଷ୍ଟିରୁ ଏହାର ଆଲୋଚନା ଗୁରୁତ୍ଵପୂର୍ଣ୍ଣ। ଏହି ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ତଥା ପାଲି, ପ୍ରାକୃତ, ସଂସ୍କୃତ ଓଡ଼ିଆ ଭାଷାର ବ୍ୟାକରଣିକ ପରଂପରା ଉପରେ ଆଲୋକପାତ କରିବା ପାଇଁ ୫ଦିନିଆ ଆଲୋଚନାଚକ୍ର ଆସନ୍ତା ୨୫ ଓ ୨୬ ତାରିଖରେ ଆୟୋଜିତ ହେବ ବୋଲି କେଦାରନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏଥିରେ ଆଇଆଇଟି କାନ୍‌ପୁରର ପ୍ରାକ୍ତନ ଡିନ୍‌ ପ୍ରଫେସର ବିଏନ୍‌ ପଟ୍ଟନାୟକ, ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ସିନିରୁଦ୍ଧ ଦାଶ, ପୁନେ ବିଶ୍ୱବିଦ୍ୟାଳୟର ପ୍ରଫେସର ଅନିର୍ବାଣ ଦାଶ ଏବଂ କୋଲକାତାର ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଅନୀତା ବନ୍ଦୋପାଧ୍ୟାୟ ଭାରିତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୪୦ଜଣ ଗବେଷକଙ୍କୁ ବ୍ୟାକରଣ ବିଷୟରେ ଅବଗତ କରାଇବେ। ସାମ୍ବାଦିକ ସମ୍ମିଳନୀରେ ଡ.ହରେକୃଷ୍ଣ ପାତ୍ର, ଡ.ରମେଶ ଚନ୍ଦ୍ର ପାଣି, ତନୟାଦାସ ଗୋସ୍ୱାମୀ, ଡ.ଶକୁନ୍ତଳା ବଳିଆରସିଂ, ଡ. ଦେବାଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ସୂଚନା ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe