ଫେବ୍ରୁଆରି ୧୦ ସୁଦ୍ଧା ଲାପ୍‌ଟପ୍‌ ବଣ୍ଟା ଶେଷ ହେବ

Advertisment
ଫେବ୍ରୁଆରି ୧୦ ସୁଦ୍ଧା ଲାପ୍‌ଟପ୍‌ ବଣ୍ଟା ଶେଷ ହେବ

ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରି ୧୦ ତାରିଖ ସୁଦ୍ଧା +୨ ମେଧାବୀ ନୂଆ ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ବଣ୍ଟନ ଶେଷ କର। ରାଜ୍ୟର ୩୦ଟି ଜିଲ୍ଲାର ୩୦ଟି ନୋଡାଲ୍‌ ସେଣ୍ଟର୍‌ରେ ଏହି ଲାପଟପ୍‌ ବଣ୍ଟନ ଶେଷ କରିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। +୨ର ୧୫ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଲାପଟପ୍‌ ମିଳୁଥିବା ବେଳେ ଏ ପର୍ଯ୍ୟନ୍ତ ବଣ୍ଟନ ଶେଷ ହୋଇନାହିଁ। ନୂଆ ଗାଇଡଲାଇନ୍‌ ଅନୁସାରେ ଲାପଟପ ବଣ୍ଟାଯାଉଛି। ତେବେ ୩୦ଟି ଜିଲ୍ଲା ମୁଖ୍ୟାଳୟରେ ଥିବା ନୋଡାଲ୍‌ ସେଣ୍ଟର୍‌ଗୁଡିକରେ ଏହି ଲାପଟପ ବଣ୍ଟନ ଉପରୋକ୍ତ ସମୟ ସୁଦ୍ଧା ସାରିବାକୁ କଲେଜ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପରର୍ଫମାନ୍ସ୍‌ ଟ୍ରାକିଂ ସେଲ୍‌ର ଭାରପ୍ରାପ୍ତ ଅଧିକାରୀ ଡ. ମିହିର କୁମାର ଦାସ ନିର୍ଦ୍ଦେଶ ଦେଇଛନ୍ତି। ଲାପଟପ ବଣ୍ଟନ ଶେଷ କରିବା ସହିତ ଫେବ୍ରୁଆରି ୧୨ ତାରିଖ ସୁଦ୍ଧା ନିର୍ଦ୍ଧାରିତ ମେଲ୍‌ରେ ସୂଚନା ଦେବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe