ଲୋକସେବା ଭବନରୁ ଲାପଟପ୍ ଚୋରି !

Advertisment
ପ୍ରାକ୍ ମୌସୁମୀ ବାତ୍ୟା ମୁକାବିଲା ବୈଠକ

odisha.gov.in

ଭୁବନେଶ୍ବର : ରାଜଧାନୀର ଏକ ସୁରକ୍ଷିତ ଅଞ୍ଚଳ ଭାବେ ଗଣାଯାଉଥିବା ଲୋକସଭା ଭବନରୁ ବି ଚୋରି ଅଭିଯୋଗ ହୋଇଛି । ଲୋକସଭା ଭବନରୁ ଏକ ଲାପଟପ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି ।

ଯୋଜନା ଓ ସଂଯୋଜନ ବିଭାଗରୁ ଏହି ଲାପଟପ୍ ଚୋରି ହୋଇଥିବା ଜଣାପଡ଼ିଛି । ଆଲମିରା ଭାଙ୍ଗି ଲାପଟପ ଚୋରି କରାଯାଇଛି । ଆଲମିରାରେ ତିନିଟି ଲାପଟପ ଥିବାବେଳେ ସେଥିରୁ ଗୋଟିଏ ଲାପଟପ୍ ଚୋରି ହୋଇଛି । ଏନେଇ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ସିସିଟିଭି ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଚାରିଆଡେ ସଶସ୍ତ୍ର ସୁରକ୍ଷାକର୍ମୀ ରହିଥିବା ବେଳେ କିପରି ଚୋରି ହେଲା ତାକୁ ନେଇ ଉଠିଛି ପ୍ରଶ୍ନ । ଆଲମିରାର ଗୋଟିଏ ଚାବି ଏଏସ୍ଓ ଏବଂ ଅନ୍ୟଟି ଡେସ୍କ ଅଫିସରଙ୍କ ପାଖରେ ରହେ । ଲାପଟପ୍ ଚୋରି ହେଲା କେମିତି ଓ କିଏ ଚୋରି କଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe