୨ରୁ କାର୍ଯ୍ୟକ୍ଷମ ହେବ ବହୁତଳ କାର୍‌ ପାର୍କିଂ, ଏଜିରୁ ରାଜମହଲ ଛକ ରାସ୍ତାରେ ପାର୍କିଂ ମନା

Advertisment
ସହିଦନଗର ରାସ୍ତାକଡ଼ରେ ପାର୍କିଂ ମନା: ଗାଡ଼ି ଉଠାଇ ନେବ ପୁଲିସ

Odisha Bytes

ଭୁବନେଶ୍ବର : ଏଜି ଛକରୁ ରାଜମହଲ ଛକ ଓ ରାଜମହଲ ଛକରୁ ଏଜି ଛକ ପର୍ଯ୍ୟନ୍ତ ‘ଅନ୍‌ ଷ୍ଟ୍ରିଟ୍‌ ପାର୍କିଂ’କୁ ଆଜି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ବାତିଲ କରିବାକୁ ବିଏମ୍‌ସି ରାଜସ୍ବ ଡେପୁଟି କମିସନରଙ୍କୁ ଚିଠି ଲେଖିଛି। ବହୁତଳ ପାର୍କିଂ କାର୍ଯ୍ୟକ୍ଷମ ହେବା ପରେ ଏହି ସ୍ଥାନରେ ପାର୍କିଂ ନ କରିବା ପାଇଁ ପାର୍କିଂ ଏଜେଣ୍ଟମାନଙ୍କୁ କୁହାଯାଇଛି। ଟ୍ରାଫିକ୍‌ ସମସ୍ୟାକୁ ଏଡ଼ାଇବା ପାଇଁ ଏହି ଅଞ୍ଚଳକୁ ନୋ ପାର୍କିଂ ଜୋନ୍‌ ଭାବେ ଘୋଷଣା କରାଯିବ।

ଅପରପକ୍ଷରେ ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ବହୁତଳ କାର୍‌ ପାର୍କିଂର ନିର୍ମାଣ କାର୍ଯ୍ୟ ସରିଛି। ଏହା ଆସନ୍ତା ୨ତାରିଖରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ଆଜିଠାରୁ ୨ଦିନ ଧରି ପରୀକ୍ଷାମୂଳକ ଭାବେ ପାର୍କିଂ କରାଯାଇଛି। ଏନେଇ ଗତ ୨୩ତାରିଖରେ ବିଏସ୍‌ସିଏଲ୍‌ ପରିଚାଳନା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୟୁନିଟ୍‌-୨ ବହୁତଳ କାର୍‌ ପାର୍କିଂ ଓ ଟ୍ରାଫିକ ପରିଚାଳନା ନେଇ ଆଲୋଚନା କରାଯାଇଥିଲା। ଏଥିରେ ଏଜି ଛକରୁ ରାଜମହଲ ଛକ ଓ ରାଜମହଲ ଛକରୁ ଏଜି ଛକ ପର୍ଯ୍ୟନ୍ତ ଦିଆଯାଇଥିବା ‘ଅନ୍‌ ଷ୍ଟ୍ରିଟ୍‌ ପାର୍କିଂ’କୁ ବାତିଲ କରିବାକୁ ଆଲୋଚନା ହୋଇଥିଲା। ଏଥିସହ ୟୁନିଟ୍‌-୧ ହାଟରୁ ମାର୍କେଟ ବିଲ୍ଡିଂକୁ ସଂଯୋଗ କରୁଥିବା ଭୂତଳ ରାସ୍ତା ଶତପ୍ରତିଶତ କାର୍ଯ୍ୟକ୍ଷମ କରିବାକୁ ବିଏମ୍‌ସି ଯୋଜନା କରିଛି। ଭୂତଳ ରାସ୍ତାର ଉଭୟ ପାର୍ଶ୍ବର ପ୍ରବେଶ ପଥ ଯେଭଳି ଫାଙ୍କା ରହିବ ସେନେଇ ଏକ ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ନଜର ରଖିବ। ରାସ୍ତାକଡ଼ରେ ପାର୍କିଂ କଲେ, ଗାଡ଼ି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଏହି ବହୁତଳ ପାର୍କିଂରେ ଏକ ସମୟରେ ୪୫୦ କାର୍‌ ଓ ୩୫୦ ବାଇକ ପାର୍କିଂର ବ୍ୟବସ୍ଥା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe