ଭୁବନେଶ୍ବର : ‘ପୂର୍ବାଞ୍ଚଳ ଲାଡଲି ମିଡିଆ ଆଣ୍ଡ ଆଡଭର୍ଟାଇଜିଂ ଆଵାର୍ଡ-୨୦୨୧’ ଆଜି ଅନଲାଇନ୍ ଯୋଗେ ପ୍ରଦାନ କରାଯାଇଛି। ଓଡ଼ିଶାରୁ ତିନିଜଣ ସାମ୍ବାଦିକ ଏବଂ ସ୍ତମ୍ଭକାର ଏହି ପୁରସ୍କାର ପାଇଛନ୍ତି। ସମ୍ବାଦ ସାମ୍ବାଦିକ ଶୁଭକାନ୍ତ ପଢ଼ିହାରୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଛି।
ସମ୍ବାଦର ‘ରବିବାର’ରେ ୨୦୨୦ ଡିସେମ୍ବର ୨୭ ତାରିଖରେ ପ୍ରକାଶିତ ‘ଅସହାୟ ପରୀମାନେ’ ଷ୍ଟୋରି ବିଚାରକମଣ୍ଡଳୀ ଦ୍ବାରା ଯୋଗ୍ୟ ବିବେଚିତ ହୋଇଥିଲା। ନୟାଗଡ଼ର ବହୁଚର୍ଚ୍ଚିତ ପରୀ ନିଖୋଜ ମାମଲାକୁ ଆଧାର କରି ଓଡ଼ିଶାରେ ଶିଶୁ ନିଖୋଜ ଘଟଣାକୁ ନେଇ ଏହି ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା। ସେହିପରି ରୁଦ୍ରପସନ୍ନ ରଥ ପ୍ରମେୟରେ ପ୍ରକାଶିତ ସ୍ତମ୍ଭ ବାହାଘର ଭାଙ୍ଗିଗଲା ପରେ ଓ ବିଜୟଙ୍କୁ ନିଜର ରିପୋର୍ଟ ବହୁଦେଶୀୟ କମ୍ପାନି ଚାକିରି ଛାଡ଼ି ସଫଳ ପଶୁପାଳକ ହେଲେ ମହିଳା ପାଇଁ ପୁରସ୍କୃତ କରାଯାଇଛି। ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷ ଏବଂ ଭାରତରେ ଥିବା ନରୱେ ଦୂତାବାସର ମିଳିତ ସହଯୋଗରେ ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନଲାଇନରେ ଆୟୋଜିତ ହୋଇଛି। ମୁଖ୍ୟ ଅତିଥି ଭାବେ ବିଖ୍ୟାତ ସ୍ତମ୍ଭକାର ଫାଏ ଡିସୌଜା ଏବଂ ସମ୍ମାନିତ ଅତିଥି ଭାବେ ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷର ଭାରତ ପ୍ରତିନିଧି ଶ୍ରୀରାମ ହରିଦାସ ଯୋଗ ଦେଇଥିଲେ।
Follow Us