ଭୁବନେଶ୍ବର କ୍ଲବ୍‌ରେ ଦାନଲକ୍ଷ୍ମୀ କାର୍ଯ୍ୟକ୍ରମର ଶୁଭାରମ୍ଭ

Advertisment
ଭୁବନେଶ୍ବର କ୍ଲବ୍‌ରେ ଦାନଲକ୍ଷ୍ମୀ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ବର: ଆଇସିସି ମହିଳା ଉଦ୍ୟୋଗୀ ପରିଷଦ, ଜୟ ଓଡ଼ିଶା ଓ ଭୁବନେଶ୍ବର କ୍ଲବ ପକ୍ଷରୁ ଭୁବନେଶ୍ବର କ୍ଲବ୍‌ଠାରେ ଦାନଲକ୍ଷ୍ମୀ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଅବ୍ୟବହୃତ ଘରୋଇ ସାମଗ୍ରୀ ଦାନ କରିବା ପାଇଁ ଏକ ସ୍ବତନ୍ତ୍ର ପଦକ୍ଷେପ ଆରମ୍ଭ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ୩୦ରୁ ଅଧିକ ପରିବାରକୁ ପିଲାଙ୍କ ପୋଷାକ, ଘରୋଇ ଜିନିଷ, ଖେଳନା ଆଦି ବଣ୍ଟନ କରାଯାଇଥିଲା। ଅତିଥି ଭାବେ ମେୟର ସୁଲୋଚନା ଦାସ, ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, ଜେଲ୍‌ ଡିଜି ମନୋଜ କୁମାର ଛାବ୍ରା, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ଆଇସିସି ମହିଳା ଉଦ୍ୟୋଗୀ ପରିଷଦ ଆବାହକ ସୁକୀର୍ତ୍ତି ପଟ୍ଟନାୟକ, ଓଡ଼ିଶା ମୋ ପରିବାର ସଂଯୋଜକ ରୁଦ୍ର ନାରାୟଣ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ଦାନଲକ୍ଷ୍ମୀ ସଂଗ୍ରହ ଅଭିଯାନ ଆସନ୍ତା ୧୫ଦିନ ପାଇଁ ଜାରି ରହିବ। ଏହି ସମୟ ମଧ୍ୟରେ ଆୟୋଜକମାନେ ଦାତାଙ୍କ ଠାରୁ ଘରୋଇ ସାମଗ୍ରୀ ସଂଗ୍ରହ କରିବେ। ସଂଗ୍ରହ ହେଇଥିବା ସାମଗ୍ରୀକୁ ଲୋକମାନଙ୍କ ମଧ୍ୟରେ ବଣ୍ଟାଯିବ। ଆଇସିସି ମହିଳା ଉଦ୍ୟୋଗୀ ପରିଷଦର କୋର୍‌ ସଦସ୍ୟା ଶ୍ବାତୀ କେଜ୍ରିୱାଲ ସ୍ବାଗତ ଭାଷଣ ଦେଇଥିବା ବେଳେ ସ୍ବାତୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe