ମ୍ୟାଲେରିଆ ପ୍ରେଡିକ୍ସନ ଆଣ୍ଡ ପ୍ଲାନିଂ ଟୁଲ୍‌କିଟ୍‌ର ଶୁଭାରମ୍ଭ

Advertisment
ସିଡିଏମ୍‌ଓମାନଙ୍କୁ ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ: ମ୍ୟାଲେରିଆ, ଡେଙ୍ଗୁ ଉପରେ ନଜର ରଖ

Daily Mirror

ଚନ୍ଦ୍ରଶେଖରପୁର: ‘ମ୍ୟାଲେରିଆ ନୋ ମୋର୍‌ ଇଣ୍ଡିଆ’ ପକ୍ଷରୁ ମଙ୍ଗଳବାର ମ୍ୟାଲେରିଆ ପୂର୍ବାନୁମାନ ଏବଂ ପ୍ଲାନିଂ ସିଷ୍ଟମ୍‌ ପାଇଁ ଏକ ଟୁଲ୍‌କିଟ୍‌ର ଶୁଭାରମ୍ଭ କରାଯାଇଛି। ମ୍ୟାଲେରିଆ ପ୍ରେଡିକ୍ସନ ଆଣ୍ଡ ପ୍ଲାନିଂ ଟୁଲ୍‌କିଟ୍‌(ଏମ୍‌ପିପିଟି) ଦ୍ବାରା ମ୍ୟାଲେରିଆ ରୋଗ ବାବଦରେ ପୂର୍ବାନୁମାନ କରିହେବ ଓ ତଦନୁସାରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିହେବ ବୋଲି କୁହାଯାଇଛି।

ଏହି ଟୁଲ୍‌କିଟ୍ (ଏମ୍‌ପିପିଟି) ଦ୍ବାରା ଅତ୍ୟାଧୁନିକ ପ୍ରଣାଳୀରେ ପାଣିପାଗର ସୂଚନା ଜାଣିବା ସହ ମ୍ୟାଲେରିଆକୁ ନିୟନ୍ତ୍ରଣ କରିହେବ। ଏହା ରାଜ୍ୟ ସରକାରଙ୍କ ସହଭାଗିତାରେ ଏଫ୍‌ଏଚ୍‌ଏଫ୍‌ ଅଧୀନରେ ବିକଶିତ ହୋଇଛି। ଏହା ଏକ ଉନ୍ନତ ଡାଟା ଟେଲିଂ ପ୍ରାରମ୍ଭିକ ଚେତାବନୀ ଏବଂ ସ୍ବାସ୍ଥ୍ୟ ପ୍ରଣାଳୀ ବିଷୟରେ ପୂର୍ବ ନିଷ୍ପତି ଗ୍ରହଣ କରିବାରେ ସହାୟକ ହେବ। ଭାରତୀୟ ପାଣିପାଗ ବିଭାଗ, ଓଡ଼ିଶା ସରକାର ଏବଂ ‘ମ୍ୟାଲେରିଆ ନୋ ମୋର ଇଣ୍ଡିଆ’ର ମିଳିତ ଉଦ୍ୟମରେ ଏହା କାର୍ଯ୍ୟକ୍ଷମ ହୋଇଛି। ଆଜି ଭୁବନେଶ୍ବରସ୍ଥିତ ଏକ ତାରକା ହୋଟେଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗବେଷକ, ସ୍ବାସ୍ଥ୍ୟକର୍ମୀ, ଡାକ୍ତର ଓ ଏନ୍‌ଜିଓର ସଭ୍ୟମାନଙ୍କ ସହ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏବଂ ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀମାନେ ଅତିଥି ଭାବେ ଯୋଗଦେଇଥିଲେ। ୨୦୩୦ ସୁଦ୍ଧା ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି କୁହାଯାଇଛି। ଭାରତୀୟ ପାଣିପାଗ ବିଭାଗର ପରିଚାଳନା ନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ମ୍ୟାଲେରିଆ ଏବଂ କ୍ଲାଇମେଟ୍‌ ସଲ୍ୟୁସନ୍‌ (ଆଇଏମ୍‌ସିଏସ୍)ର ନିର୍ଦେଶକ ତଥା ‘ମ୍ୟ‌ାଲେରିଆ ନୋ ମୋର୍‌ ଇଣ୍ଡିଆ’ର ଅନ୍ତରୀଣ ନିର୍ଦେଶକ ଡ. କୌଶିକ ସରକାର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ବାହାର ଜିଲ୍ଲାରୁ ଆସିଥିବା ସ୍ବାସ୍ଥ୍ୟ ସଚେତକ ସାଥୀମାନେ ନିଜର ଅନୁଭୁତି ଓ ସେବା ବାବଦରେ କହିଥିଲେ। ଏବେ ଏହି ନୂଆ ଟେକ୍‌ନୋଲୋଜଉେପରେ ସେମାନଙ୍କୁ ମୋବାଇଲ୍ ଆପ୍ଲିକ‌େସନ୍ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବ। ଫଳରେ ଇଣ୍ଟରନେଟ୍ ନଥିବା ସ୍ଥାନରେ ମଧ୍ୟ ଡାଟା ଅପ୍‌ଲୋଡ୍‌ କରି ସେମାନେ ପରବର୍ତୀ ସମୟରେ ଇଣ୍ଟରନେଟ୍ ଆସୁଥିବା ସ୍ଥାନକୁ ଆସି ସେହି ଅଞ୍ଚଳର ଲୋକଙ୍କ ବିଷୟରେ ତଥ୍ୟ ହାସଲ କରିପାରିବେ। ଫଳରେ କେଉଁ ଅଞ୍ଚଳରେ କାହାର ସ୍ବାସ୍ଥ୍ୟ ଖରାପ ହେଉଛି, ସେନେଇ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe