‘ଏମ୍‌ଓଏସ୍‌ ଲାଇଭ୍‌’ର ଲୋକାର୍ପଣ

Advertisment
‘ଏମ୍‌ଓଏସ୍‌ ଲାଇଭ୍‌’ର ଲୋକାର୍ପଣ

ପୁରୁଣା ଭୁବନେଶ୍ୱର: ମୁମ୍ବାଇରୁ ପ୍ରକାଶ ପାଉଥିବା ଓଡ଼ିଆ ସମ୍ବାଦପତ୍ର ମୁମ୍ବାଇ ଓଡ଼ିଆ ସମାଜର ଡିଜିଟାଲ ସଂସ୍କରଣ ‘ଏମ୍‌ଓଏସ୍‌ ଲାଇଭ୍‌’ର ଲୋକାର୍ପଣ ହୋଇଛି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଉତ୍କଳ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ସମାରୋହରେ ଅତିଥି ଭାବେ କିଶୋର କର, ଡ. ସୁକାନ୍ତି ମିଶ୍ର, ଇଂ. ବିପିନି ବିହାରୀ ନାୟକ, ଅଶୋକ ଅଗ୍ରୱାଲ ପ୍ରମୁଖ ଅତିଥିମାନଙ୍କ ଦ୍ବାରା ‘ଏମ୍‌ଓଏସ୍‌ ଲାଇଭ୍‌’ର ଲୋଗୋ ଉନ୍ମୋଚିତ ହୋଇଥିଲା।

ଦୀର୍ଘ ୧୨ ବର୍ଷ ହେବ ମୁମ୍ବାଇ ଓଡ଼ିଆ ସମାଜ ସମ୍ବାଦପତ୍ର ଯେଭଳି ମୁମ୍ବାଇ ଓଡ଼ିଶା ସହ ସାମାଜିକ, ସାଂସ୍କୃତିକ ଓ ଭାବଗତ ସମ୍ପର୍କ ବଜାୟ ରଖିଆସୁଛି, ସେହିଭଳି ଭାବେ ‘ଏମ୍‌ଓଏସ୍‌ ଲାଇଭ୍‌’ର ଡିଜିଟାଲ ସଂସ୍କରଣ ଏସବୁକୁ ତ୍ବରାନ୍ବିତ କରିବାରେ କାମ କରିବ ବୋଲି ଏହାର ସମ୍ପାଦକ ଡ. ବିପିନ ବିହାରୀ ମିଶ୍ର ମତ ପ୍ରକାଶ କରିଥିଲେ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହାର ଶୁଭାରମ୍ଭ ହୋଇଥିବାରୁ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୨ଜଣ ବିଶିଷ୍ଟ ମହିଳାଙ୍କୁ ଏହି ସମାରୋହରେ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe