‘ପବିତ୍ର ପାପ’ରୁ ଲାବଣ୍ୟ ନାଟ୍ୟ ମହୋତ୍ସବ ଆରମ୍ଭ

Advertisment
‘ପବିତ୍ର ପାପ’ରୁ ଲାବଣ୍ୟ ନାଟ୍ୟ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର: ଫୁଲ ପରି ସକାଳେ ଫୁଟି ସଂଜରେ ମଉଳି ଯାଏନି ସମ୍ପର୍କ। ସମ୍ପର୍କ ଯୁଗ ଯୁଗର। ଆଜିର ସମୟରେ ବୃଦ୍ଧ ବାପାମା’ଙ୍କ ପ୍ରତି ପୁଅ ଝିଅଙ୍କ ବ୍ୟବହାର ସମାଜରେ ଚିନ୍ତାର କାରଣ ହୋଇଛି। କିନ୍ତୁ ଏକ ଉଚ୍ଚ ଶିକ୍ଷିତ ଦମ୍ପତି ଭିନ୍ନକ୍ଷମ ବୃଦ୍ଧ ବାପାମା’ଙ୍କ ସେବା ପାଇଁ ନିଜ ଭବିଷ୍ୟତକୁ ପଛକୁ ପକାଇ ଦେଇଛନ୍ତି। ନିଜ ଭବି‌ଷ୍ୟତକୁ ଜଳାଞ୍ଜଳି ଦେଇ ସେମାନେ ପବିତ୍ର ପାପ କରିଛନ୍ତି। ନାଟକ ‘ପବିତ୍ର ପାପ’ର ଏହି କାହାଣୀ ଆଜି ଭଞ୍ଜ କଳାମଣ୍ଡପରେ ଦର୍ଶକଙ୍କ ଆଖିରେ ଲୁହ ଭରିଦେଇଥିଲା।

ଭଞ୍ଜ କଳାମଣ୍ଡପରେ ଲାବଣ୍ୟ ନାଟ୍ୟ ମହୋତ୍ସବ-୨୦୨୨ର ଆଜି ଉଦ୍‌ଘାଟନୀ ସନ୍ଧ୍ୟାରେ ରାଉଲକେଲା କଳାକାର ଏକତା ମଞ୍ଚ ପକ୍ଷରୁ ଏହି ନାଟକ ମଞ୍ଚସ୍ଥ ହୋଇଥିଲା। ଅଜୟ ମହାପାତ୍ରଙ୍କ କାହାଣୀ ଓ ପ୍ରଶାନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏହି ନାଟକରେ ରାମ ପ୍ରସାଦ, ପ୍ରଶାନ୍ତ, ମନିଷା, କୈଳାସ, ବିଦ୍ୟାଭାରତୀ, ପାପୁନ ପ୍ରମୁଖ ଅଭିନୟ କରିଥିଲେ। ଏହି ଅବସରରେ ଚଳିତ ବର୍ଷ ପାଞ୍ଚଜଣ ଯୁବ ନାଟ୍ୟ ନିର୍ଦ୍ଦେଶକଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ସୌରଭ ଗୁପ୍ତା, ଜଗଦୀଶ ମହାରଣା, ସଞ୍ଜୟ ସାହା, ପ୍ରଫୁଲ୍ଲ ସେଠୀ ଓ ରାମକୃଷ୍ଣ ମହାପାତ୍ର। ଆଜି ସନ୍ଧ୍ୟାରେ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ, ଅଭିନେତା ଅଶ୍ରୁମୋଚନ ମହାନ୍ତି ଓ ଲାବଣ୍ୟ ଥିଏଟରର ସମ୍ପାଦକ ସତ୍ୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe