ଆଇନ୍‌ ସଚେତନତା ଶିବିର

Advertisment
ଆଇନ୍‌ ସଚେତନତା ଶିବିର

ବାଲିପାଟଣା : ବିଶ୍ବ ମାନବାଧିକାର ଦିବସ ଉପଲକ୍ଷେ ଆଜି ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଶିଶୁ ଅନନ୍ତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧୢକ୍ଷ ବୈକୁଣ୍ଠ ନାରାୟଣ ଦାଶ ଅଧୢକ୍ଷତା କରିଥିଲେ। ଜିଲ୍ଲା ପ୍ରାଧିକରଣ ସଚିବ ତଥା ସିଭିଲ ଜଜ୍‌ ମାନସ ରଞ୍ଜନ ରାୟ, ବରିଷ୍ଠ ଆଇନଜୀବୀ ସ୍ମିତା କାନୁନ୍‌ଗୋ, କଲେଜ ପ୍ରଶାସନିକ ଅଧିକାରୀ ଅନିମା ପଟ୍ଟନାୟକ, ଅଧୢାପକ ଅନ୍ତର୍ଯ୍ୟାମୀ ସାହୁ ପ୍ରମୁଖ ଯୋଗଦେଇ ପ୍ରତ୍ୟକ ବ୍ୟକ୍ତି ଅଧିକାର ସାବ୍ୟସ୍ତ କରିବା ସମୟରେ ନିଜର କର୍ତ୍ତବ୍ୟ ପ୍ରତି ସାଜାଗ ରହିଲେ ସାମାଜିକ ବ୍ୟବସ୍ଥା ଶୃଙ୍ଖଳିତ ହେବ ବୋଲି ବକ୍ତବ୍ୟ ରଖିଥିଲେ। ଅଧିକାର ଜାହିର ପାଇଁ ଆଇନ ସେବା ପ୍ରାଧିକରଣର ସହଯୋଗ ନେଇ ଅନ୍ୟାୟ ବିରୋଧରେ ଲଢ଼େଇ କରିବା ପାଇଁ ବକ୍ତାମାନେ ଅହ୍ବାନ ଦେଇଥିଲେ। ଶିଶୁଅନନ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧୢାପକ/ଅଧୢାପିକା ଓ କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପାରାଲିଗାଲ ସ୍ବେଚ୍ଛାସେବୀ ପଦ୍ମଲୋଚନ ମହାନ୍ତି, ଅଜିତ୍‌ ଜେନା ଓ ଦୁର୍ଗାମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe