‘ସରକାରୀ ଓ ଘରୋଇ ଶିକ୍ଷାର ଗୁଣାତ୍ମକ ତାଳମେଳ ପାଇଁ ଶିକ୍ଷା ନିୟାମକ ଆଇନ ଆବଶ୍ୟକ’

Advertisment
‘ସରକାରୀ ଓ ଘରୋଇ ଶିକ୍ଷାର ଗୁଣାତ୍ମକ ତାଳମେଳ ପାଇଁ ଶିକ୍ଷା ନିୟାମକ ଆଇନ ଆବଶ୍ୟକ’

ଭୁବନେଶ୍ୱର: ଅର୍ଗାନାଇଜେସନ୍‌ ଅଫ ପ୍ୟାରେଣ୍ଟସ୍‌ ଆସୋସିଏସନ୍‌ ଫୋରମ୍‌(ଓପାଫ) ପକ୍ଷରୁ ସ୍ଥାନୀୟ ରେଡ୍‌କ୍ରସ୍‌ ଭବନଠାରେ ଚାଲିଥିବା ଜାତୀୟ ଶିକ୍ଷା ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଯୋଗଦେଇ କହିଲେ, ସରକାରୀ ଓ ଘରୋଇ ଶିକ୍ଷା ମଧ୍ୟରେ ଗୁଣାତ୍ମକ ତାଳମେଳ ପାଇଁ ଶିକ୍ଷା ନିୟାମକ ଆଇନର ଆବଶ୍ୟକତା ଅଛି। ଭିନ୍ନ ଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷାର ଗୁଣ, ମାନ ଭିନ୍ନ ଭିନ୍ନ ହୋଇଥିବାରୁ ଏହା ଶିକ୍ଷାର ଗୁରୁତ୍ୱକୁ ହ୍ରାସ କରୁଛି। ସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷାର ଗୁଣ, ମାନର ବିକାଶ ହୋଇପାରିଲେ, ଘରୋଇ ଶିକ୍ଷାନୁଷ୍ଠାନମାନେ ଏହାକୁ ଅନୁସରଣ କରିବାକୁ ବାଧ୍ୟ ହେବେ ବୋଲି ଶ୍ରୀ ପାତ୍ର କହିଥିଲେ। ଓପାଫର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ଦାସ କହିଥିଲେ, ସରକାର ଚାହିଲେ, ଅଭିଭାବକମାନେ ନ୍ୟାୟାଳୟକୁ ନ ଯାଇ ମଧ୍ୟ ଏକ ସନ୍ତୁଳିତ ଆଇନ ପ୍ରଣୟନ କରିପାରିବେ। ଏହି ନୀତିରେ ସମସ୍ତ ଶିକ୍ଷାନୁଷ୍ଠାର ଫି’ଠାରୁ ଆରମ୍ଭ କରି ଶିକ୍ଷାର ଗୁଣାତ୍ମକ ମାନ, ଛାତ୍ର ସୁରକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ସନ୍ତୁଳିତ ବ୍ୟବସ୍ଥା ସୃଷ୍ଟି କରିପାରିବେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ସୁଧୀର ମହାନ୍ତି, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ଶ୍ରମିକ ନେତା ଜୟନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସଭାପତି ଡ. ଗଗନ ବିହାରୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଓପାଫର ସମ୍ପାଦକ ମିତାରାଣୀ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe