ଭୁବନେଶ୍ୱର: ନିଖିଳ ଉତ୍କଳ ବିଚାର ବିଭାଗୀୟ କର୍ମଚାରୀ ସଂଘ ପକ୍ଷରୁ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନରେ ସଂଘର ବିଭିନ୍ନ ଦାବି ସମ୍ବନ୍ଧରେ ଆଲୋଚନା କରାଯାଇଛି। ସଂଘର ସାଧାରଣ ସଂପାଦକ ଗୋପୀନାଥ ପଣ୍ଡାଙ୍କ ନେତୃତ୍ୱରେ ଯାଇଥିବା ଏକ ପ୍ରତିନିଧିଦଳ ସଂଘର ମୁଖ୍ୟ ଦାବି ମଧ୍ୟରୁ ଆଇନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଦାବି ଯଥା, ସ୍ପେସାଲ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ପଦବି ପୂରଣ, ଜିଲ୍ଲାକୋର୍ଟ ସିରସ୍ତାଦାର ଦରମା, ବେଞ୍ଚ କ୍ଲର୍କଙ୍କ ଅପଗ୍ରେଡେସନ୍ ଓ ଜଷ୍ଟିସ୍ ସେଟ୍ଟୀ କମିସନଙ୍କ ସୁପାରିସଗୁଡ଼ିକ ଅତିଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଦାବି କରାଯାଇଛି। ଦାବିଗୁଡ଼ିକ ବିଷୟରେ ଆଲୋଚନା କରି ମନ୍ତ୍ରୀ ଶ୍ରୀ ଜେନା ଏସବୁ ପୂରଣ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଆଲୋଚନାରେ ସଂଘର ମୁଖ୍ୟ ଉପଦେଷ୍ଟା ବସନ୍ତ କୁମାର ମହାପାତ୍ର, ଶରତ ଦାସ, ପ୍ରଶାନ୍ତ ରାଉତ, ନୃସିଂହ ଚରଣ ଦାସ, ପ୍ରିୟସୁନ୍ଦର ଦାସ, ସତ୍ୟବ୍ରତ ସାହୁ, ହରପ୍ରସାଦ ମିଶ୍ର ଓ ଅମୂଲ୍ୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ଆଇନମନ୍ତ୍ରୀଙ୍କ ସହ ନିଖିଳ ଉତ୍କଳ ବିଚାର ବିଭାଗୀୟ କର୍ମଚାରୀ ସଂଘର ଆଲୋଚନା
Advertisment
Follow Us