ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ମୃତ୍ୟୁ ମାମଲା: ବ୍ଲାକମେଲିଂ କରି ନିର୍ଯାତନା ଦେଉଥିଲା ବିକ୍ରମ

Advertisment

ଭଉଣୀ ବନଶ୍ରୀଙ୍କ ସାକ୍ଷ୍ୟ ଗ୍ରହଣ

ଭଉଣୀ ବନଶ୍ରୀଙ୍କ ସାକ୍ଷ୍ୟ ଗ୍ରହଣ

୩୬ ବର୍ଷ ପରେ ସମସ୍ତ ୩୯ ଅଭିଯୁକ୍ତ ମୁକ୍ତ: ୟୁପିରେ ୭୨ ଜଣଙ୍କ ହତ୍ୟା ମାମଲା

the Text Talk

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ମୃତ୍ୟୁ ମାମଲାର ଶୁଣାଣି ଆଜିଠାରୁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ଲୋକନାଥ ମହାପାତ୍ରଙ୍କ କୋର୍ଟରେ ଆରମ୍ଭ ହୋଇଛି। ପ୍ରଥମ ସାକ୍ଷୀ ଭାବେ ଦୀପା​ଳିଙ୍କ ଭଉଣୀ ବନଶ୍ରୀ ଜେନା କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଆଜି ତାଙ୍କ ବୟାନ ପୂରା ଅଭିଯୁକ୍ତ ବିକ୍ରମ ବିରୋଧରେ ଯାଇଛି। ସେ ବିଚାରପତିଙ୍କୁ ସିଧାସଳଖ ବିକ୍ରମଙ୍କ ବ୍ଲାକ୍‌ମେଲିଂ ଓ ନିର୍ଯାତନାର କାହାଣୀ ଶୁଣାଇଛନ୍ତି।

ବନଶ୍ରୀ କହିଛନ୍ତି ଯେ ଅଭିଯୁକ୍ତ ବିକ୍ରମ ତାଙ୍କ ଭଉଣୀ ଦୀପାଳିଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲା। ଦୀପାଳିଙ୍କ ମନରେ ବିଶ୍ବାସ ଜନ୍ମାଇବା ପରେ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡିଂ କରି ନେଇଥିଲା। ସେହି ଭିଡିଓକୁ ଅସ୍ତ୍ର କରି ସେ ଅନେକ ସମୟରେ ଦୀପାଳିଙ୍କୁ ବ୍ଲାକମେଲିଂ କରିବା ସହ ନିର୍ଯାତନା ଦେଉଥିଲା। ଦିନକୁ ଦିନ ବିକ୍ରମର ନିର୍ଯାତନା ଅସହ୍ୟ ହୋଇପଡ଼ିଥିଲା। ତେଣୁ ମୃତ୍ୟୁର ବେଶ୍ କିଛି ଦିନ ପୂର୍ବରୁ ଦୀପାଳି ମାନସିକ ଭାରସାମ୍ୟ ହରାଇ ବସିଥିଲେ। ବନଶ୍ରୀଙ୍କ ବୟାନ୍ ଅନୁସାରେ ୨୦୧୯ ଅକ୍ଟୋବର ୧୯ ତାରିଖ ରାତିରେ ବିକ୍ରମ ଧଉଳି ଥାନା ଅନ୍ତର୍ଗତ ନୂଆଗାଁ ଇନ୍ଦିରା କଲୋନିରେ ରହୁଥିବା ଦୀପାଳିଙ୍କ ପାଖକୁ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବିକ୍ରମ ଫେରିଯିବା ପରେ ଦୀପାଳି ବନଶ୍ରୀଙ୍କୁ ଫୋନ୍‌ କରି ସବୁ କଥା କହିଥିଲେ ଏବଂ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଦେବେ ବୋଲି କହିଥିଲେ। ସତକୁ ସତ ଫୋନ୍‌ କରିବା ପରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ତେଣୁ ତାଙ୍କ ଭଉଣୀ ଦୀପାଳିର ଆତ୍ମହତ୍ୟା ପାଇଁ ବିକ୍ରମ ଦାୟୀ ବୋଲି ରୋକ୍‌ଠୋକ୍‌ କହିଛନ୍ତି ବନଶ୍ରୀ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରି ୨୮କୁ ଧାର୍ଯ୍ୟ କରାଯାଇଛି। ଏହି ମାମଲାରେ ମୋଟ ୧୧ ଜଣ ସାକ୍ଷୀ ରହିଛନ୍ତି। ସ୍ବତନ୍ତ୍ର ସରକାରୀ ଓକିଲ ରଶ୍ମିରଞ୍ଜନ ବ୍ରହ୍ମା ମାମଲା ପରିଚାଳନା କରୁଛନ୍ତି।

ସୂଚନାଯୋଗ୍ୟ ୨୦୧୯ ଅକ୍ଟୋବର ୨୦ ତାରିଖରେ ଉପରୋକ୍ତ ଭଡ଼ା ଘରୁ ପୁଲିସ ଦୀପାଳିଙ୍କ ଝୁଲନ୍ତା ମୃତଦେହ ଜବତ କରିଥିଲା। ଏ ସଂକ୍ରାନ୍ତରେ ଆଇପିସି ଦଫା-୩୦୬, ୪୯୩, ୫୦୬ ଏବଂ ଏସ୍‌ସିଏସ୍‌ଟି ଆଇନର ଧାରା-୩ ଅନୁସାରେ ମାମଲା ରୁଜୁ କରିଥିଲା ପୁଲିସ। ଅଭିଯୁକ୍ତ ବିକ୍ରମ ଫେରାର ହୋଇଯାଇଥିବାରୁ ପୁଲିସ ତାକୁ ଗିରଫ କରିପାରି ନ ଥିଲା। ତେବେ ୨୦୨୦ ଜାନୁଆରି ୨୮ରେ ବିକ୍ରମ କୋର୍ଟରେ ଆତ୍ମସମର୍ପଣ କରିଥିଲା ଓ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe