Advertisment

ସପ୍ତମ ବାଟାଲିୟନରେ ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରତିଷ୍ଠା

Advertisment
ସପ୍ତମ ବାଟାଲିୟନରେ ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରତିଷ୍ଠା

ଚନ୍ଦ୍ରଶେଖରପୁର: ପବିତ୍ର କୁମାର ପୂର୍ଣ୍ଣିମୀ ଅବସରରେ ସ୍ଥାନୀୟ ଭୁବନେଶ୍ୱର ସପ୍ତମ ବାଟାଲିୟନ ପରିସରରେ ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରତିଷ୍ଠା କରାଯାଇଛି। ସନ୍ଥ ଜୀବନ ବାବା ଭୂମୀ ପୂଜନ କରି ଏହି ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଉତ୍ସବରେ ପୁବା ଆଶ୍ରମର ସ୍ୱାମୀ ପ୍ରାଣସ୍ୱରୂପାନନ୍ଦ ଜୀ ମହାରାଜ ଯୋଗଦେଇ ପ୍ରବଚନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାରୁଆଡ଼ି ଯୁବ ମଞ୍ଚର ମନୀଷ ଖଣ୍ଡେଲ୍‌ୱାଲ୍‌, କିଷନ ଖଣ୍ଡେଲୱାଲ୍‌, ଶିଳ୍ପପତି କିଶୋର ଅଗ୍ରୱାଲ୍‌, ତେରାପନ୍ଥ ଜୈନ ସମାଜ ପକ୍ଷରୁ ବିକ୍ରମ୍‌ ବେତାଲା, ପ୍ରକାଶ ବେତାଲା, ସମାଜସେବୀ ଜନକର ସାହୁ, ସପ୍ତମ ବାଟାଲିୟନ୍‌ର ମୁଖ୍ୟ ଡିସିପି ବିଜୟ କୁମାର ସାହୁ, ଏସିପି ଏସ୍‌ କେ ଧାରୁଆ, ହେମନ୍ତ କୁମାର ଦାସ, ଉତ୍କଳ କୁମାର ଆଏଚ, ସୁବେଦାର ଡି କେ ମହାପାତ୍ର, ଆର କେ ରାହୁଲ, ପୂଜା କମିଟିର ସମ୍ପାଦକ ବିନୋଦ ବଳ ଓ କୋଷାଧ୍ୟକ୍ଷ ସୁଶାନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଏହି ମନ୍ଦିର ପ୍ରତିଷ୍ଠା ଦ୍ୱାରା ସପ୍ତମ ବାଟାଲିୟନର ଯବାନମାନଙ୍କର ଶାରୀରିକ, ମାନସିକ ଓ କର୍ମମୁଖର ଜୀବନ ସହ ସେମାନଙ୍କ ଆଧ୍ୟାତ୍ମିକ ବିକାଶ ହୋଇପାରିବ ବୋଲି ଡିସିପି ଶ୍ରୀ ସାହୁ କହିଥିଲେ। ଏହି ଅବସରରେ ଶାହା ଚାରିଟେବୁଲ ଟ୍ରଷ୍ଟର ଚେୟାରମ୍ୟାନ ସନ୍ଥ ଜୀବନ ବାବାଙ୍କ ନେତୃତ୍ବରେ ସପ୍ତମ ବାଟାଲିୟନ ପରିସରରେ ୮ ହଜାରରୁ ଅଧିକ ଫଳନ୍ତି ବୃକ୍ଷରୋପଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe