ଭୁବନେଶ୍ୱର: ଲକ୍ଷ୍ମୀସାଗର କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଦିନିକିଆ ଏଲସିସି କପ୍ କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଭୟ ୧୯ବର୍ଷରୁ କମ ଓ ବରିଷ୍ଠ ବର୍ଗରେ ଆୟୋଜକ ଲକ୍ଷ୍ମୀସାଗର ଦଳ ବିଜେତା ହୋଇଛି। ୬ ଓଭର ବିଶିଷ୍ଟ ପ୍ରତିଯୋଗିତାର ୧୯ବର୍ଷରୁ କମ୍ ବୟସ ବର୍ଗରେ ୮ ଓ ବରିଷ୍ଠ ବର୍ଗରେ ୧୬ ଦଳ ଅଂଶଗ୍ରହଣ କରିଥିଲେ। ୧୯ବର୍ଷରୁ କମ୍ ବର୍ଗ ଫାଇନାଲ୍ରେ ଲକ୍ଷ୍ମୀସାଗର ୨୯ ରନ୍ରେ ଚେଜିଂ ଲାୟନ୍ସକୁ ପରାସ୍ତ କରିଥିଲା। ଲକ୍ଷ୍ମୀସାଗର ନିର୍ଧାରିତ ୬ ଓଭରରେ ଗୋଟିଏ ୱିକେଟ୍ ହରାଇ ୮୪ ରନ୍ କରିଥିଲା। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିବା ସନ୍ତୋଷ ଖଟୁଆ ୬୫ ରନ୍ କରିଥିଲେ। ଜବାବରେ ଚେଜିଂ ଲାୟନ୍ସ ୫୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ବରିଷ୍ଠ ବର୍ଗ ଫାଇନାଲରେ କେସିସି ଝାରପଡ଼ାକୁ ୧୦ ୱିକେଟ୍ରେ ହରାଇ ଦେଇଥିଲା। ଝାରପଡ଼ା ଦଳ ୬ ଓଭରରେ ୭ ୱିକେଟ୍ ହରାଇ ୪୭ ରନ୍ କରିଥିଲା। ଜବାବରେ ଲକ୍ଷ୍ମୀସାଗର ଦଳ ବିନା ଉଇକେଟ ହରାଇ ୩.୪ ଓଭରରେ ମ୍ୟାଚ୍ ଜିତି ନେଇଥିଲା। କାହ୍ନା ମହାରଣା (୩୩* ରନ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଏଲସିସି କପ୍ କ୍ରିକେଟ୍: ଲକ୍ଷ୍ମୀସାଗରକୁ ଯୁଗଳ ଟ୍ରଫି
Advertisment
Follow Us