ଭୁବନେଶ୍ବର: ଟାଟା ଷ୍ଟିଲ୍ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ୍ ରବିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ନେତାଙ୍କ ସହ ପ୍ରଶାସକ, ଟାଟା ଷ୍ଟିଲ ଏବଂ ଗଣମାଧ୍ୟମ ଏକାଦଶ ଲଢ଼ାଲଢ଼ି ହୋଇଥିଲେ। ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ଖେଳ ପଡ଼ିଆରେ ଏମାନେ ନିଜ ନିଜ ଯାଦୁ ଦେଖାଇଥିଲେ। ଶେଷରେ ଅବଶ୍ୟ ଟାଟା ଷ୍ଟିଲ୍ ଏକାଦଶ ବାଜି ମାରି ନେଇଥିଲା। ଆଜି ଗଣମାଧ୍ୟମ ଏକାଦଶକୁ ହରାଇ ରାଜନେତା ଏକାଦଶ ଏବଂ ପ୍ରଶାସକଙ୍କୁ ହରାଇ ଟାଟା ଷ୍ଟିଲ ଏକାଦଶ ଫାଇନାଲ୍ ଖେଳିଥିଲା। ଫାଇନାଲରେ ଟାଟା ଷ୍ଟିଲ୍ ବିଜୟୀ ହୋଇ କପ୍ ଜିତିବାର ସୌଭାଗ୍ୟ ଲାଭ କରିଥିଲା। ରାଜନୀତି ପଶାପାଲିରେ ଗୋଟି ଚାଳନା ପାଇଁ ପରିଚିତ ନେତାମାନେ ଖେଳ ପଡ଼ିଆରେ ଦେଖାଇଥିବା ଚମକ କିନ୍ତୁ ସମସ୍ତକୁ ଚକିତ କରିଥିଲା। ଫୁଟ୍ବଲ୍ର ମଜା ନେଉଛନ୍ତି ବିଧାୟକ ଓ ମନ୍ତ୍ରୀ: (ବାମରୁ) ସୌମ୍ୟରଂଜନ ପଟ୍ଟନାୟକ, ନିରଂଜନ ପୂଜାରି, ସନ୍ତୋଷ ସିଂହ ସାଲୁଜା, ପଦ୍ମନାଭ ବେହେରା ଓ ତୁଷାରକାନ୍ତି ବେହେରା (ଫଟୋ: ସମ୍ବାଦ)
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us