ନେତୃତ୍ବ ପରିବର୍ତ୍ତନ ସମ୍ଭାବନା, ପରିସ୍ଥିତି ଅନୁଧ୍ୟାନ କରିବାକୁ ସୂର୍ଯେୱାଲାଙ୍କ ଗସ୍ତ ଆଜି

Advertisment

କର୍ଣ୍ଣାଟକ କଂଗ୍ରେସରେ ଦଳୀୟ କନ୍ଦଳ ତୀବ୍ର ହୋଇଛି। ଅନେକ ଦଳୀୟ ବିଧାୟକ ସରକାର ବିରୋଧରେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଥିବାରୁ ସଙ୍କଟ ବଢ଼ିଯାଇଛି।  ଏହାକୁ ନେଇ ସରକାରବିରୋଧୀ ସମାଲୋଚନା ବଢ଼ୁଥିବା ବେଳେ କଂଗ୍ରେସର କେନ୍ଦ୍ରୀୟ....

Updated On

କର୍ଣ୍ଣାଟକ କଂଗ୍ରେସରେ ଦଳୀୟ କନ୍ଦଳ ତୀବ୍ର ହୋଇଛି। ଅନେକ ଦଳୀୟ ବିଧାୟକ ସରକାର ବିରୋଧରେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଥିବାରୁ ସଙ୍କଟ ବଢ଼ିଯାଇଛି।  ଏହାକୁ ନେଇ ସରକାରବିରୋଧୀ ସମାଲୋଚନା ବଢ଼ୁଥିବା ବେଳେ କଂଗ୍ରେସର କେନ୍ଦ୍ରୀୟ....

ଅଦ୍ୟତନ ହୋଇଛି
nqlkajgfd

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସରେ ଦଳୀୟ କନ୍ଦଳ ତୀବ୍ର ହୋଇଛି। ଅନେକ ଦଳୀୟ ବିଧାୟକ ସରକାର ବିରୋଧରେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଥିବାରୁ ସଙ୍କଟ ବଢ଼ିଯାଇଛି।  ଏହାକୁ ନେଇ ସରକାରବିରୋଧୀ ସମାଲୋଚନା ବଢ଼ୁଥିବା ବେଳେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ କର୍ଣ୍ଣାଟକରେ ଦଳୀୟ ସଙ୍କଟର ସମାଧାନ ପାଇଁ   ତତ୍ପରତା ଦେଖାଇଛି। ଦଳର ବରିଷ୍ଠ ନେତା ତଥା କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସିଂହ ସୂର୍ଯେୱାଲା ଆସନ୍ତାକାଲି ଦୁଇ ଦିନିଆ ବେଙ୍ଗାଲୁରୁ ଗସ୍ତରେ ଯିବେ।  ସୂଚନାଯୋଗ୍ୟ, ଚଳିତ ସପ୍ତାହ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଅସନ୍ତୁଷ୍ଟ କଂଗ୍ରେସ ବିଧାୟକମାନଙ୍କୁ ଭେଟିଥିଲେ ଏବଂ ଅନେକ ବିଧାୟକ ବିଭିନ୍ନ ପ୍ରସଙ୍ଗରେ ନିଜ ସରକାରକୁ ଘେରିବାରୁ ଅଡ଼ୁଆ ସ୍ଥିତି ଉପୁଜିଥିଲା। ବିଆର୍ ପାଟିଲ ଗୃହ ନିର୍ମାଣ ବିଭାଗରେ ବ୍ୟାପକ ଦୁର୍ନୀତି ବିଷୟରେ କହିଥିବା ବେଳେ ବିଧାୟକ ରାଜୁ କାଗେ ପ୍ରଶାସନିକ ଅପାରଗତ ପ୍ରସଙ୍ଗ ଉଠାଇଥିଲେ। 
ସରକାରଙ୍କ ବିଭିନ୍ନ ବିଭାଗ ବିରୋଧରେ ଦଳୀୟ ବିଧାୟକମାନେ ଆନୁଷ୍ଠାନିକ ଭାବେ ଅଭିଯୋଗ ଆଣିଥିବାରୁ ମାମଲା ଜଟିଳ ହୋଇଛି।  ଆସନ୍ତାକାଲି ସୂର୍ଯେୱାଲା ବେଙ୍ଗାଲୁରୁରେ ପହଞ୍ଚିବା ପରେ  ଅସନ୍ତୁଷ୍ଟ ବିଧାୟକମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।  କର୍ଣ୍ଣାଟକ କଂଗ୍ରେସରେ ଏବେ ଏକତା ବଡ଼ ପ୍ରଶ୍ନ ହୋଇଥିବା ବେଳେ ଅସନ୍ତୁଷ୍ଟ ନେତାମାନଙ୍କ ରଣନୀତି ସିଦ୍ଦରମୈୟାଙ୍କ ଚିନ୍ତା ବଢ଼ାଇ ଦେଇଛି। ରାଜ୍ୟରେ ସମ୍ଭାବ୍ୟ ନେତୃତ୍ୱ ପରିବର୍ତ୍ତନକୁ ନେଇ  ଚର୍ଚ୍ଚା ବଢ଼ୁଥିବା ବେଳେ  ଏହି ପ୍ରସଙ୍ଗରେ ସାର୍ବଜନୀନ ବୟାନ ନଦେବାକୁ ସୂର୍ଯେୱାଲା ରାଜ୍ୟ କଂଗ୍ରେସ ନେତାମାନଙ୍କୁ କଡ଼ା ବାର୍ତ୍ତା ଦେଇପାରନ୍ତି।  
କଂଗ୍ରେସ ବିଧାୟକ ଏଚ୍‌ ଏ ଇକ୍‌ବାଲ ହୁସେନ ରାଜ୍ୟର ଶୀର୍ଷ ନେତୃତ୍ୱରେ ପରିବର୍ତ୍ତନ ହେବାର ଯଥେଷ୍ଟ ସମ୍ଭାବନା ଥିବା କହିବା ପରେ ଏହାକୁ ନେଇ ଝଡ଼ ସୃଷ୍ଟି ହୋଇଛି। କଂଗ୍ରେସ  ହାଇକମାଣ୍ଡ ଡିକେ ଶିବକୁମାରଙ୍କୁ ସୁଯୋଗ ଦେବାକୁ  ଚିନ୍ତା କରୁଛନ୍ତି ବୋଲି ମଧ୍ୟ କେତେକ ବିଧାୟକଙ୍କ ବୟାନ ନିଆଁରେ ଘିଅ ଢାଳିବା ଭଳିି ହୋଇଛି।
ଗୃହ ନିର୍ମାଣ ବିଭାଗରେ ଦୁର୍ନୀତି ଓ ପ୍ରଶାସନିକ ଅବ୍ୟବସ୍ଥାକୁ ନେଇ କଂଗ୍ରେସ ବିଧାୟକଙ୍କ ମନ୍ତବ୍ୟ ଶାସକ ଦଳକୁ ଘୋର ଅଡ଼ୁଆରେ ପକାଇଥିବା ବେଳେ ବିଜେପି ଏହାର ଫାଇଦା ଉଠାଇ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନି। ବିରୋଧୀ ଦଳମାନେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି  କରି ତୁହାକୁ ତୁହା ବିରୋଧ ପ୍ରଦର୍ଶନ କରିବା ଯୋଗୁଁ ମଧ୍ୟ ରାଜ୍ୟ ରାଜନୀତି ସରଗରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe