ରାସ୍ତାକଡ଼ରେ ପାଇଖାନା ବର୍ଜ୍ୟ ଛାଡ଼ିବା ମହଙ୍ଗା ପଡ଼ିଲା : ବଡ଼ଗଡ଼ ଥାନାରେ ଏତଲା ଦେଲା ବିଏମ୍‌ସି

Advertisment
ରସୁଲଗଡ଼ ଗୁଞ୍ଜନ ଆପାର୍ଟମେଣ୍ଟ ବ୍ଲକ-ବିକୁ ଅବରୋଧ ଅଂଚଳ ଘୋଷଣା କଲା ବିଏମସି

Telegraph India

ଭୁବନେଶ୍ୱର : ଲୋକଙ୍କ ଘରୁ ପାଇଖାନା ବର୍ଜ୍ୟ ସଂଗ୍ରହ କରି ଏହାକୁ ସର୍ବସାଧାରଣ ସ୍ଥାନରେ ରାସ୍ତା କଡ଼ରେ ପକାଇବା ମହଙ୍ଗା ପଡ଼ିଛି। ନିୟମ ଅନୁଯାୟୀ, ସମସ୍ତ ସେସ୍‌ପୁଲ୍‌ ଗାଡ଼ି ପାଇଖାନା ବର୍ଜ୍ୟ ସଂଗ୍ରହ କରିବା ପରେ ଏହାକୁ ବାସୁଆଘାଇସ୍ଥିତ ଏଫ୍‌ଏସ୍‌ଏସ୍‌ଏମ୍‌ ପ୍ଲାଣ୍ଟରେ ପକାଇବା କଥା। କିନ୍ତୁ ସାଇନାଥ ଫ୍ୟାବ୍ରିକ କେୟାର ପ୍ରାଇଭେଟ୍‌ ନାମକ ସଂସ୍ଥା ଏହି ବର୍ଜ୍ୟଗୁଡ଼ିକୁ ରାସ୍ତା କଡ଼ରେ ଛାଡ଼ୁଥିବା ବିଏମ୍‌ସିକୁ ପ୍ରମାଣ ମିଳିବା ପରେ ବିଏମ୍‌ସି ପକ୍ଷରୁ ଏନେଇ ବଡ଼ଗଡ଼ ଥାନାରେ ଏଫ୍‌ଆଇଆର୍‌ ଦିଆଯାଇଛି।

ବିଏମ୍‌ସିର ଡେପୁଟି କମିସନର୍‌ (ପରିମଳ) ଶୁଭେନ୍ଦୁ ସାହୁ କହିଛନ୍ତି ଯେ ରାଜଧାନୀରେ ପାଇଖାନା ବର୍ଜ୍ୟ ପରିଚାଳନା ପାଇଁ ସାଇନାଥ ଫ୍ୟାବ୍ରିକ କେୟାର ପ୍ରାଇଭେଟ୍‌ ନାମକ ସଂସ୍ଥା ବିଏମ୍‌ସିରୁ ୬ଟି ଗାଡ଼ି ନେଇଛି। କିନ୍ତୁ ଏହି ସଂସ୍ଥା ନିଜର କିଛି ଗାଡ଼ିରେ ବିଏମ୍‌ସି, ନଗର ଉନ୍ନୟନ ବିଭାଗ ଓ ଓଡ଼ିଶା ସରକାରଙ୍କ ନାମ, ଲୋଗୋ ଲଗାଇ ଗାଡ଼ି ଚଲାଉଥିଲା। ପାଇଖାନା ବର୍ଜ୍ୟ ସଂଗ୍ରହ କରି ଏହାକୁ ରାସ୍ତା କଡ଼ରେ ଛାଡ଼ୁଥିଲା। ଏନେଇ ପୂର୍ବରୁ ସଂସ୍ଥାକୁ ତାଗିଦ୍‌ କରାଯାଇଥିଲେ ବି ସଂସ୍ଥା ନିୟମ ମାନି ନଥିଲା। ଏବେ ପୁଣି ରାସ୍ତାକଡ଼ରେ ପାଇଖାନା ବର୍ଜ୍ୟ ପକାଉଥିବା ଜଣାପଡ଼ିବା ପରେ ସଂସ୍ଥାର ନିର୍ଦ୍ଦେଶକଙ୍କ ନାଁରେ ବଡ଼ଗଡ଼ ଥାନାରେ ଅଭିଯୋଗ କରାଯାଇଛି। ଧାରା ୨୬୮, ୨୬୯, ୨୭୦, ୨୭୭,୨୯୦, ୪୦୬, ୪୨୦, ୪୨୫ରେ ମାମଲା ରୁଜୁ ହୋଇଛି। ଖୁବ୍‌ ଶୀଘ୍ର ସଂସ୍ଥାର ଟେଣ୍ଡର ବାତିଲ୍‌ କରିବା ସହ କଳା ତାଲିକାଭୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହେବ।

ସୂଚନାଯୋଗ୍ୟ ଯେ ବିଏମ୍‌ସି ପକ୍ଷରୁ ସମସ୍ତ ସେସ୍‌ପୁଲ୍‌ ଗାଡ଼ିରେ ଜିପିଏସ୍‌ ଟ୍ରାକିଂ ବ୍ୟବସ୍ଥା କରାଯାଇଛି। ହେଲେ ଏହି ସଂସ୍ଥା ଗାଡ଼ି ରାସ୍ତାରେ ବାରମ୍ବାର ବର୍ଜ୍ୟ ଛାଡ଼ୁଥିବା ବେଳେ କିପରି ବିଏମ୍‌ସି କର୍ତ୍ତୃପକ୍ଷ ଏହାକୁ ଟ୍ରାକିଂ କରିପାରୁ ନଥିଲେ, ସେନେଇ ସନ୍ଦେହ ଉପୁଜିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe