କଟକ: ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିଲେ ବି ଅନ୍ୟ ଶାରୀରିକ ସମସ୍ୟା ଥିବାରୁ ତାଙ୍କୁ ଆଜି କଟକର ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦୁଇ ଦିନ ତଳେ ବିଧାୟକ କିଛିଟା ଅସୁସ୍ଥ ଅନୁଭବ କରି ନିଜର ସ୍ବାବ ପରୀକ୍ଷା କରାଇଥିଲେ। ସେବେଠାରୁ ସେ ନିଜକୁ ସଂଗରୋଧରେ ରଖି ଆସିଥିଲେ। ସୂଚନାଯୋଗ୍ୟ ଯେ ମୋକିମଙ୍କୁ ମିଶାଇ କଟକ ଜିଲ୍ଲାର ୪ ଜଣ ବିଧାୟକ ଏଯାଏ କରୋନାରେ ସଂକ୍ରମିତ ହୋଇସାରିଲେଣି। ପ୍ରଥମେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ସଂକ୍ରମିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କରୋନାରେ ସଂକ୍ରମିତ ହୋଇଥିଲେ। ପୂର୍ବରୁ ସଂକ୍ରମିତ ହୋଇଥିବା ୩ ବିଧାୟକ ଏବେ ସୁସ୍ଥ ହୋଇସାରିଛନ୍ତି।
ବିଧାୟକ ମହମ୍ମଦ ମୋକିମ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
Advertisment
Follow Us