ଭୁବନେଶ୍ୱର ଉପକଣ୍ଠରେ କଲରାପତରିଆ ବାଘ ଆତଙ୍କ! ଲୋକେ ଭୟଭୀତ, ଖୋଜୁଛି ବନ ବିଭାଗ

ଭୁବନେଶ୍ୱର ଉପକଣ୍ଠରେ କଲରାପତରିଆ ବାଘ ଆତଙ୍କ! ଲୋକେ ଭୟଭୀତ, ଖୋଜୁଛି ବନ ବିଭାଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ନିକଟରେ ରବିବାର କଲରାପତରିଆ ବାଘ ଆତଙ୍କ ଦେଖାଯାଇଛି। ସ୍ଥାନୀୟ ଲୋକେ ଭୟଭୀତ ହେବା ପରେ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ କଲରାପତରିଆ ବାଘକୁ ଖୋଜିବାରେ ଲାଗିଛନ୍ତି। ବିଭାଗୀୟ କର୍ମଚାରୀମାନେ ବାଘର ପାଦ ଚିହ୍ନ ଠାବ କରିଛନ୍ତି। ପାଦ ଚିହ୍ନକୁ କ୍ୟାମେରାରେ କଏଦ ହେବା ପରେ ସଂପୃକ୍ତ ଅଞ୍ଚଳରେ ବାଘକୁ ଖୋଜିବାକୁ ଉଦ୍ୟମ ହୋଇଛି।

ସୁନ୍ଦରପଦା ଅଞ୍ଚଳରେ ରବିବାର କିଛି ଲୋକ ବାଘକୁ ଦେଖିଥିଲେ। ଲୋକେ ଭୟଭୀତ ହୋଇ ଯାଇଥିବା ବେଳେ ଆଜି ରାତିରେ କେମିତି କାଟିବେ ସେ ନେଇ ଚିନ୍ତା ଘାରିଛି। କିଛି ଲୋକ ବାଘର ଭିଡିଓକୁ ରଖିଛନ୍ତି। ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଚନ୍ଦକା ଅଞ୍ଚଳରୁ ଏହି କଲରାପତରିଆ ବାଘଟି ଜନବସତି ଅଞ୍ଚଳକୁ ଚାଲି ଆସିଥିବା ଅନୁମାନ କରାଯାଉଛି।

ସୁନ୍ଦରପଦା ଅଞ୍ଚଳରେ ବାଘ ଭୟ ସୃଷ୍ଟି ହୋଇଥିବା ବେଳେ, ରବିବାର ସନ୍ଧ୍ୟା ସୁଦ୍ଧା ବନ ବିଭାଗକୁ କୌଣସି ସୁରାଗ ମିଳି ପାରି ନାହିଁ। ରାତିରେ ବାଘର ସମ୍ଭାବିତ ଆକ୍ରମଣକୁ ନେଇ ଲୋକେ ଅଧିକ ଭୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe