ମୌଳିକ ସୁବିଧାରୁ ବଞ୍ଚିତ ଅସହାୟ କୁଷ୍ଠରୋଗୀ

Advertisment
ଓଡ଼ିଶାରେ ବର୍ଷକୁ ଚିହ୍ନଟ ହେଉଛନ୍ତି ୫ ହଜାର ନୂଆ କୁଷ୍ଠରୋଗୀ

dnaindia.com

ଭୁବନେଶ୍ବର : ମୌଳିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି ସମଗ୍ର ରାଜ୍ୟର କୁଷ୍ଠରୋଗୀ। ଗୋଟିଏ ପଟେ ସମାଜର ଭେଦଭାବ, ଅନ୍ୟପଟେ ସରକାରୀ ଉଦାସୀନତା, ସେମାନଙ୍କ ବଞ୍ଚିବାର ଅଧିକାରକୁ ଛଡ଼ାଇ ନେଇଛି। ଅନ୍ତତଃ ମୃତ୍ୟୁ ପର୍ଯ୍ୟନ୍ତ ସେମାନଙ୍କୁ ସମସ୍ତ ଅଧିକାର ସହ ବଞ୍ଚିବାର ସୁଯୋଗ ଦିଆଯାଉ ବୋଲି ଦାବି କରିଛି ‘ଆସୋସିଏସନ ଅଫ୍‌ ପିପୁଲ ଆଫେକ୍ଟେଡ୍‌ ବାଇ ଲେପର୍ସି’। ଜମିପଟା, ପକ୍କାଘର, ସାମାଜିକ ନିରାପତ୍ତା, ମାଗଣା ବୃତ୍ତିଗତ ଶିକ୍ଷା ପ୍ରଭୃତି ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଆଦେଶ ଦିଆଯାଉ ବୋଲି ସଂଘ ପକ୍ଷରୁ ପୂର୍ବରୁ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଗୁହାରି କରାଯାଇଛି। କିନ୍ତୁ ସେମାନଙ୍କ ଦାବି ପୂରଣ ହୋଇନାହିଁ ବୋଲି କହିଛନ୍ତି ସଂଘର ଅଧ୍ୟକ୍ଷ ଉମେଶ ଚନ୍ଦ୍ର ନାୟକ।

ଉମେଶଙ୍କ ଅଭିଯୋଗ ମୁତାବକ, ରାଜ୍ୟରେ ୯୪ଟି କଲୋନିରେ ଲକ୍ଷାଧିକ କୁଷ୍ଠ ପ୍ରଭାବିତ ରହୁଛନ୍ତି। ପ୍ରତ୍ୟେକ ଜାଗାରେ ରାସ୍ତା, ପାନୀୟ ଜଳ, ବିଦ୍ୟୁତ ଓ ସ୍ବାସ୍ଥ୍ୟସେବା ପ୍ରଭୃତି ବ୍ୟବସ୍ଥାରେ ଘୋର ସମସ୍ୟା ରହିଛି। ଏତଦ୍‌ବ୍ୟତୀତ ସାମାଜିକ ସୁରକ୍ଷା ସହଯୋଗ ରାଶି ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ନୈରାଶ୍ୟଜନକ ରହିଛି। ଉତ୍ତରପ୍ରଦେଶରେ ଏହା ୨ହଜାର ୫ଶହ, ବିହାରରେ ୨୧୦୦, ତେଲେଙ୍ଗାନାରେ ୩୦୦୦ ରହିଥିବା ବେଳ‌େ ଓଡ଼ିଶାରେ ଏହା ୫ଶହ ଟଙ୍କା ପ୍ରଦାନ କରାଯାଉଛି। ଏଣୁ ଓଡ଼ିଶାରେ ୫ହଜାର ଟଙ୍କା ଦିଆଯାଉ ବୋଲି ସଂଘ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe