ମଧୁବାବୁଙ୍କ ସମାଧି ପୀଠର ପୁନରୁଦ୍ଧାର ହେଉ

Advertisment

ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା ଦିବସ

ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା ଦିବସ

ମଧୁବାବୁଙ୍କ ସମାଧି ପୀଠର ପୁନରୁଦ୍ଧାର ହେଉ

ଭୁବନେଶ୍ବର: ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା ଦିବସ ଉପଲକ୍ଷେ ଏହାର କେନ୍ଦ୍ରୀୟ କମିଟି ଓ ଭୁବନେଶ୍ୱର ଶାଖା ପକ୍ଷରୁ ରାଜଭବନ ସାମ୍ନାରେ ମଧୁସୂଦନ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଏବଂ ସମ୍ମିଳନୀର ପ୍ରଥମ ସଭାପତି ମୟୂରଭଞ୍ଜ ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ବରପୁତ୍ରମାନଙ୍କ ସ୍ମୃତିଚାରଣ କରିଥିଲେ। ସମୃଦ୍ଧ ଓ ସ୍ୱାଭିମାନୀ ଓଡ଼ିଶା ଗଠନ ନେଇ ମଧୁବାବୁଙ୍କ ସ୍ବପ୍ନ ତଥା ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ଓ ସୀମା ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ। କଟକସ୍ଥିତ ଇଦ୍‌ଗା ପଡ଼ିଆ ଓ ମଧୁବାବୁଙ୍କ ସମାଧି ପୀଠ ଗୋରାକବରର ପୁନରୁଦ୍ଧାର ସହ ତାଙ୍କ ବାସଭବନକୁ ‘ମଧୁ ସ୍ମୃତି ସଂଗ୍ରହାଳୟ’ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଥିଲା।

କାର୍ଯ୍ୟକ୍ରମରେ ଅନୁଷ୍ଠାନର ରାଜ୍ୟ ସଭାପତି ଅଦ୍ୱୈତ କୁମାର ପାତ୍ର, ଉପସଭାପତି ଉଷାରାଣୀ ମହାନ୍ତି, ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ମିଶ୍ର, ଭୀମସେନ୍‌ ମହାପାତ୍ର, ଭୁବନେଶ୍ୱର ଶାଖା ଉପସଭାପତି ନିରଞ୍ଜନ ପଣ୍ଡା, ସଂଯୁକ୍ତା ମହାନ୍ତି, ସରୋଜିନୀ ମହାନ୍ତି, ବିଜୟ ପରିଡ଼ା, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଯୁବବାହିନୀ ଆବାହକ ନରେନ୍ଦ୍ର ସାହୁ, ଭରତ ଦାସ, ନନ୍ଦକିଶୋର ସାମଲ, ସଂଯୁକ୍ତା ମହାପାତ୍ର, ଅମରଜ୍ୟୋତି ମିଶ୍ର, ଲକ୍ଷ୍ମୀଧର ନାୟକ, ସଂଯୁକ୍ତା ମିଶ୍ର, ଅନୁପମା ବେହେରା, ଋତୁ ମହାନ୍ତି, ରମାନାଥ ସାମନ୍ତରାୟ, ରାମଚନ୍ଦ୍ର ପ୍ରଧାନ, ଦୀପ୍ତିମୟୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe