ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ମାଲିକ ସଂଘର ନିବେଦନ, କଟକଣା ମାନିବୁ, କାମ କରିବାକୁ ଦିଅ

Advertisment
ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ମାଲିକ ସଂଘର ନିବେଦନ, କଟକଣା ମାନିବୁ, କାମ କରିବାକୁ ଦିଅ

Digital DJ Tips

ଭୁବନେଶ୍ବର,: ଆମର ବି ପେଟପାଟଣା, ପିଲାଛୁଆ ଅଛନ୍ତି। ଆଠ ମାସ ହେଲାଣି ଆମେ ହାତବାନ୍ଧି ବସିଛୁ। ବଞ୍ଚିଛୁ କି ମରିଛୁ, କେହି ପଚାରିବାକୁ ନାହିଁ। ହାତ ପତେଇ କାହାକୁ ସହାୟତା ମାଗୁନୁ। ଆମର ହାତ ଗୋଡ଼ ଅଛି ଏବଂ ଆମେ କାମ କରିବାକୁ ସକ୍ଷମ। ସରକାରଙ୍କୁ ଆମର ଏତିକି ନିବେଦନ କି ବ୍ୟବସାୟ କରିବାକୁ ଆମକୁ ଅନୁମତି ଦିଅନ୍ତୁ। ଭୁବନେଶ୍ବର ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ସ ଓନର୍ସ ଆସୋସିଏସନ୍ ଏବଂ ଅଲ୍ ଓଡ଼ିଶା ଡିଜେସ୍ କ୍ଲବ୍ ମିଳିତ ଭାବେ ସରକାରଙ୍କୁ ଏପରି ଗୁହାରି କରିଛନ୍ତି।

ମହାମାରୀ କରୋନା କଟକଣା ପାଇଁ ବାହାଘର, ଶୋଭାଯାତ୍ରା, ପର୍ବପର୍ବାଣି, ସଭା, ମେଳା, ମହୋତ୍ସବ ଆଦି ବନ୍ଦ କରାଯାଇଛି। ବିବାହ ବ୍ରତ ଚାଲିଛି, କିନ୍ତୁ କଟକଣାରେ। ବାଜା, ଲାଇଟ୍‌ ଓ ଶୋଭାଯାତ୍ରା ପାଇଁ ଅନୁମତି ନାହିଁ। ଫଳରେ ରାଜଧାନୀର ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ବ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ମାଲିକ ଏବଂ ଡିଜେ ଅପରେଟର୍ସଙ୍କ ବ୍ୟବସାୟ ବନ୍ଦ ହୋଇଯାଇଛି। ତେଣୁ ରୋଜଗାର ହରାଇ ବର୍ତ୍ତମାନ ସେମାନେ ଦୁର୍ଦ୍ଦିନରେ ଗତି କରୁଛନ୍ତି। ଏହି ସଂସ୍ଥାରେ କାମ କରୁଥିବା ଶହ ଶହ କଳାକାର ଓ ଶ୍ରମିକ ବେରୋଜଗାର ହୋଇ ଘରେ ବସିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଅଟୋ ଚଳାଇବା, ପରିବା ବିକିବା ଭଳି ବୃତ୍ତିକୁ ଆପଣାଇଛନ୍ତି। କିନ୍ତୁ ସେଥିରେ ସଫଳ ନହେବାରୁ ଅନେକ ସେହି ବୃତ୍ତିରୁ ମୁହଁ ଫେରେଇବାକୁ ବାଧ୍ୟ ହୋଇଛନ୍ତି। କାରଣ ଦୀର୍ଘ ବର୍ଷ ଗୋଟିଏ ବୃତ୍ତିକୁ ଆପଣେଇଥିବା ହାତରେ ଅଲଗା ବୃତ୍ତି ସମ୍ଭବ ହେଲାନାହିଁ। ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ମାଲିକ ସଂଘର ଅଭିଯୋଗ ଯେ ଭୁବନେଶ୍ବରରେ କାମ କରୁଥିବା ୬୦୦ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସଂଘ ଅଧୀନରେ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ ଶ୍ରମିକ କାମ କରନ୍ତି। କରୋନା କଟକଣା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟର ଲକଡାଉନ୍ ସମୟରେ ପାଖାପାଖି ଦୁଇ ମାସ ପର୍ଯ୍ୟନ୍ତ ସେମାନଙ୍କୁ ଚଳିଲା ଭଳି ଦରମା ଦେଇହେଲା। ମାତ୍ର ଲକ୍‌ଡାଉନ ଅବଧି ବଢ଼ିବା ଯୋଗୁଁ ଆଉ ସେମାନଙ୍କୁ ଦରମା ଦେବା ସମ୍ଭବ ହେଲା ନାହିଁ। ସେମାନଙ୍କୁ ଛଟେଇ କରିବାକୁ ପଡ଼ିଲା। ତେଣୁ ୨୦ ହଜାର ପରିବାର ଏବେ ରୋଜଗାର ହରାଇ ଦୟନୀୟ ସ୍ଥିତିରେ ବଞ୍ଚିଛନ୍ତି।

ଆଗକୁ ଯଦି ଏହି କଟକଣା ଜାରି ରହେ, ତେବେ ମାଲିକମାନେ ବାଧ୍ୟ ହୋଇ ଲାଇଟ୍ ଓ ସାଉଣ୍ଡ୍ ‌ସେଟ୍‌କୁ ବିକ୍ରି କରିଦେବେ। ବହୁ ମାଲିକ ବି ଋଣ କରି ଏହି ସଂସ୍ଥା କରିଛନ୍ତି। ତେଣୁ ପୂରା ଦେବାଳିଆ ହେବା ପୂର୍ବରୁ ସେମାନେ ଏହି ସଂସ୍ଥା ବନ୍ଦ କରିବାକୁ ବାଧ୍ୟ ହେବେ। ତେଣୁ ସେମାନେ ସରକାରଙ୍କୁ ଗୁହାରି କରିଛନ୍ତି କି ଅନ୍ୟ ବ୍ୟବସାୟ ଚାଲିବା ପାଇଁ ସରକାର ଯେପରି କଟକଣା କୋହଳ କରିଛନ୍ତି, ସେମିତି ସେମାନଙ୍କୁ ବି ସହଯୋଗ କରନ୍ତୁ। ବାହାଘର, ଶୋଭାଯାତ୍ରା ଭଳି ଅନ୍ୟାନ୍ୟ ଉତ୍ସବରେ ଲାଇଟ୍‌ ଓ ସାଉଣ୍ଡ ବ୍ୟବହାରକୁ ଅନୁମତି ମିଳୁ। ସେମାନେ ବି କରୋନା କଟକଣା ମାନି କାମ କରିବେ ବୋଲି କହିଛନ୍ତି। ନଚେତ୍ କୋଭିଡ୍‌ରୁ ବଞ୍ଚିବାକୁ ଯାଇ ସେମାନେ ଅନାହାରରେ ମରିଯିବେ ବୋଲି ସଂଘ କହିଛି।

ସୁନା ଗହଣା ବନ୍ଧକ ରଖି ଋଣ କରିଛି
ଲାଇଟ୍ ଓ ସାଉଣ୍ଡ୍ ସିଷ୍ଟମ୍ ନେବା ଆଣିବା ପାଇଁ ଋଣ କରି ଗାଡ଼ି କିଣିଥିଲି। ଗାଡ଼ିର ମେଣ୍ଟେନାନ୍ସଠୁ ଆରମ୍ଭ କରି ପିଲାଙ୍କୁ ଦରମା ଦେବା ପର୍ଯ୍ୟନ୍ତ ସବୁଥିପାଇଁ ପାଖରେ ପଇସାଟିଏ ନାହିଁ। ବାଧ୍ୟ ହୋଇ ସ୍ତ୍ରୀର ସୁନା ଗହଣା ବନ୍ଧକ ରଖି ବ୍ୟାଙ୍କରୁ ଋଣ ଆଣିଛି। ସବୁ ପିଲାଙ୍କୁ ବି ଛାଡ଼ି ହେବନି। କାରଣ ବ୍ୟବସାୟ ପୁଣି ଆରମ୍ଭ ହେବା ବେଳକୁ ଆଉ ପିଲା ମିଳିବେନି। ସେଥିପାଇଁ ବାଧ୍ୟ ହୋଇ କିଛି ପିଲାଙ୍କୁ କିଛି କିଛି ଦରମା ଦେବାକୁ ପଡ଼ୁଛି। ସରକାର ତୁରନ୍ତ ଆମ ବ୍ୟବସାୟ ପାଇଁ ଅନୁମତି ଦିଅନ୍ତୁ।
ବିଶ୍ବରଂଜନ ସାମନ୍ତରାୟ, ଭୁବନେଶ୍ବର ସାଉଣ୍ଡ୍ ଆଣ୍ଡ୍ ଲାଇଟ୍ ଓନର୍ସ ଆସୋସିଏସନ୍ ଓ
ଅଲ୍ ଓଡ଼ିଶା ଡିଜେସ୍ କ୍ଲବ୍‌ର ସଭାପତି

ଯେଉଁ ବେପାର ଆମକୁ ଜଣାନାହିଁ, ସେଇଟା ଆମେ କେମିତି କରିବୁ
କରୋନା କଟକଣା ମୋ ବ୍ୟବସାୟକୁ ବନ୍ଦ କରିବା ପରେ ଗୋଟେ ଘରୋଇ ବ୍ୟାଙ୍କ୍‌ରେ ଚାକିରି କରିଥିଲି। ମାତ୍ର କାମ କରିନପାରିବାରୁ ମାସକ ପରେ ଚାକିରି ଛାଡ଼ିବାକୁ ପଡ଼ିଲା। ୧୦ ବର୍ଷ ହେଲା ଡିଜେ ବେପାର କରିବା ପରେ ଆଉ ଚାକିରି କରିବା ସମ୍ଭବ ହେଲା ନାହିଁ। ଆମେ ସବୁ କଟକଣା ମାନିବାକୁ ରାଜି ଅଛୁ। କେନ୍ଦ୍ର ନିୟମାବଳୀକୁ ଦେଖି ରାଜ୍ୟ ସରକାର ଆମ କଥା ବିଚାରକୁ ନିଅନ୍ତୁ ବୋଲି ଅନୁରୋଧ କରୁଛୁ।
ଜଗଦୀଶ ଚନ୍ଦ୍ର ମହାରଣା, ଡିଜେ ହାଇଟ୍ସର ମାଲିକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe