ଖଣ୍ଡଗିରି ଓଭରହେଡ୍‌ ବ୍ୟାରିୟର୍‌ ଭାଙ୍ଗିବା ପ୍ରସଙ୍ଗ: ସୁରକ୍ଷା ପାଇଁ ପୁଲିସକୁ ଚିଠି

Advertisment
ଖଣ୍ଡଗିରି ଓଭରହେଡ୍‌ ବ୍ୟାରିୟର୍‌ ଭାଙ୍ଗିବା ପ୍ରସଙ୍ଗ: ସୁରକ୍ଷା ପାଇଁ ପୁଲିସକୁ ଚିଠି

ଖଣ୍ଡଗିରି: ଖଣ୍ଡଗିରି-ଉଦୟଗିରି ପାହାଡ଼ସ୍ଥିତ ଐତିହ୍ୟ ସୁରକ୍ଷା ପାଇଁ ଦୁଇ ପାହାଡ଼ର ମଧ୍ୟଭାଗ ଦେଇ ଯାଇଥିବା ରାସ୍ତାରେ ଭାରୀଯାନ ଚଳାଚଳକୁ ନିଷେଧ କରାଯାଇଛି। ହେରିଟେଜ୍ ଜୋନ୍‌ ଅନ୍ତର୍ଗତ ଏହି ରାସ୍ତାରେ ଭାରୀଯାନ ପ୍ରବେଶ ଉପରେ କଟକଣା ଲଗାଇବାକୁ ଯାଇ ପୂର୍ତ୍ତ ବିଭାଗ ଦୁଇ ମୁଣ୍ଡରେ ଓଭରହେଡ୍‌ ବ୍ୟାରିୟର୍ ଲଗାଇଛନ୍ତି। ମାତ୍ର ରାତିରେ ଏହାକୁ ଭାଙ୍ଗି ଦିଆଯାଉଛି। ତେଣୁ ଏହାର ସୁରକ୍ଷା ପାଇଁ ଭୁବନେଶ୍ବର ଆର୍‌ ଆଣ୍ଡ ବି ଡିଭିଜନ୍‌-୫ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭୁବନେଶ୍ବର ଟ୍ରାଫିକ୍‌ ଡିସିପିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ସୂଚନାନୁସାରେ ଗତ ବର୍ଷକ ଭିତରେ ଏହା ୫ଥର ଭାଙ୍ଗିଲାଣି। ଫଳରେ ପୂର୍ତ୍ତ ବିଭାଗର ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡୁଛି। ସେହିଭଳି ଏହି ରାସ୍ତାରେ ଭାରୀଯାନ ଚଳାଚଳ ହେବା ଦ୍ବାରା ଐତିହ୍ୟ ପ୍ରତି ବିପଦ ସୃଷ୍ଟି ହେଉଛି। ପ୍ରତିଥର ଅଜଣା ଗାଡ଼ି ଧକ୍କାରେ ଏହା ଭାଙ୍ଗୁଛି। କିନ୍ତୁ ବାସ୍ତବ କଥା ହେଉଛି ଏହାକୁ ଜାଣିଶୁଣି ଭାଙ୍ଗି ଦିଆଯାଉଛି। ହେରିଟେଜ୍‌ ଜୋନ୍‌ ଭିତର ଦେଇ କୌଣସି କାରଣରୁ ଯାଉଥିବା ଭାରୀଯାନ ଦ୍ବାରା ଏହି ବ୍ୟାରିୟର୍‌କୁ ଭାଙ୍ଗିଦିଆଯାଉଛି। ତେଣୁ ପ୍ରକୃତ ତଦନ୍ତ ହେଲେ ଏହାକୁ ଭାଙ୍ଗୁଥିବା ଗାଡ଼ିକୁ ଠାବ କରିବା କିଛି ଅସମ୍ଭବ ନୁହେଁ। ତେବେ ଏହି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିପାରିଲେ ଏହି ସମସ୍ୟାର ସମାଧାନ ହୋଇପାରିବ। ତେଣୁ ଏଠାରେ ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ସିସିଟିଭି ଲଗାଇବାକୁ ନିର୍ବାହୀ ଯନ୍ତ୍ରୀ କମିସନରେଟ୍‌ ପୁଲିସକୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଏବେ ବି ଜୟଦେବ ବାଟିକା ଚାରିଛକ ପାଖ ବ୍ୟାରିୟର୍ ଅଧା ଭଙ୍ଗା ଅବସ୍ଥାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe