ବେଆଇନ ଖଣିରେ ଚଢ଼ଉ

Advertisment

ଜଟଣୀ ଥାନା ଅଞ୍ଚଳରେ ପ୍ରତିଦିନ ଲଘୁ ଖଣିଜ ଦ୍ରବ୍ୟ ଖୋଳା ସହ ଚୋରାଚାଲାଣ ହେଉଛି। ବର୍ଷ ବର୍ଷ ଧରି ବେଆଇନ ଭାବେ ଏଭଳି ଚାଲି ଆସୁଥିବା ବେଳେ ପରୋକ୍ଷ ଭାବେ କିଛି ପୁଲିସ ଓ ତହସିଲ କର୍ମଚାରୀ ମାଫିଆମାନଙ୍କୁ  ସହଯୋଗ କରୁଥିବା ଅଭିଯୋଗ ହୋଇଆସୁଛି।

ଜଟଣୀ ଥାନା ଅଞ୍ଚଳରେ ପ୍ରତିଦିନ ଲଘୁ ଖଣିଜ ଦ୍ରବ୍ୟ ଖୋଳା ସହ ଚୋରାଚାଲାଣ ହେଉଛି। ବର୍ଷ ବର୍ଷ ଧରି ବେଆଇନ ଭାବେ ଏଭଳି ଚାଲି ଆସୁଥିବା ବେଳେ ପରୋକ୍ଷ ଭାବେ କିଛି ପୁଲିସ ଓ ତହସିଲ କର୍ମଚାରୀ ମାଫିଆମାନଙ୍କୁ  ସହଯୋଗ କରୁଥିବା ଅଭିଯୋଗ ହୋଇଆସୁଛି।

dgdgdgccvvc

ଜଟଣୀ: ଜଟଣୀ ଥାନା ଅଞ୍ଚଳରେ ପ୍ରତିଦିନ ଲଘୁ ଖଣିଜ ଦ୍ରବ୍ୟ ଖୋଳା ସହ ଚୋରାଚାଲାଣ ହେଉଛି। ବର୍ଷ ବର୍ଷ ଧରି ବେଆଇନ ଭାବେ ଏଭଳି ଚାଲି ଆସୁଥିବା ବେଳେ ପରୋକ୍ଷ ଭାବେ କିଛି ପୁଲିସ ଓ ତହସିଲ କର୍ମଚାରୀ ମାଫିଆମାନଙ୍କୁ  ସହଯୋଗ କରୁଥିବା ଅଭିଯୋଗ ହୋଇଆସୁଛି। ଏ ନେଇ ‘ସମ୍ବାଦ’ରେ ପ୍ରକାଶ ପରେ ଗତକାଲି ବିଳମ୍ବିତ ରାତିରେ ପୁଲିସର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ଘଟଣାସ୍ଥଳରୁ ବେଆଇନ ଖଣି ଖୋଳାରେ ନିୟୋଜିତ ଗୋଟିଏ ଜେସିବି ଓ ଗୋଟିଏ ହାଇୱାକୁ ଜବତ କରିଛି ପୁଲିସ।

ଗତକାଲି ବିଳମ୍ୱିତ ରାତିରେ ଖବର ପାଇ ପୁଲିସ ଟିମ୍ ନିରଞ୍ଜନପୁର ବୁଢ଼ାପଡ଼ା ଅଞ୍ଚଳରେ ଚଢ଼ଉ କରିଥିଲା। କିନ୍ତୁ ଟିମ୍ ପହଞ୍ଚିବା ପୂର୍ବରୁ ନିୟୋଜିତ ଶ୍ରମିକ ଓ ଗାଡ଼ି ଚାଳକମାନେ ଗାଡ଼ି ଛାଡ଼ି ଖସି ପଳାଇଥିଲେ। ପୁଲିସ ଗାଡ଼ିଗୁଡ଼ିକୁ ଜବତ କରି ଥାନାକୁ ଆଣିଥିଲା। ମାଲିକମାନେ ମୋଟା ଅଙ୍କର ଜରିମାନା ଦେଇ ଗାଡ଼ି ମୁକୁଳାଇବେ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe