ମାଣ୍ଡିଆ ସଂଗ୍ରହକୁ ସ୍ବଚ୍ଛ, ପାରଦର୍ଶୀ କରିବାକୁ ଚିଠି

Advertisment
ମାଣ୍ଡିଆ ସଂଗ୍ରହକୁ ସ୍ବଚ୍ଛ, ପାରଦର୍ଶୀ କରିବାକୁ ଚିଠି

Krishi Jagran Odia

ଭୁବନେଶ୍ବର: ଜାନୁଆରି ୧ ତାରିଖରୁ ରାଜ୍ୟରେ ମାଣ୍ଡିଆ ସଂଗ୍ରହ ଆରମ୍ଭ ହେବ। ଏହାକୁ ସ୍ବଚ୍ଛ ଏବଂ ପାରଦର୍ଶୀ କରିବା ପାଇଁ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା ଜିଲ୍ଲାରେ ସ୍ବୟଂକ୍ରିୟ ଏମ୍‌ପାସ୍‌ ମାଧ୍ୟମରେ ପେକ୍ସ, ଲାମ୍ପ୍ସ ଏବଂ କୃଷକ ଉତ୍ପାଦନ ସଙ୍ଗଠନଗୁଡ଼ିକ ଜରିଆରେ ମାଣ୍ଡିଆ ସଂଗ୍ରହ ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି କରିଛନ୍ତି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ।

ସ୍ବୟଂକ୍ରିୟ ଏମପାସ ମାଧ୍ୟମରେ ସଂଗ୍ରହ
ଜାନୁଆରି ୧ରୁ ମିଲେଟ୍ ସଂଗ୍ରହ

ପଡ଼ୋଶୀ ରାଜ୍ୟରୁ କମ୍‌ ମୂଲ୍ୟରେ ମାଣ୍ଡିଆ କିଣି ମିଲେଟ୍ ମିସନ୍‌ ଜରିଆରେ ଅଧିକ ମୂଲ୍ୟରେ ବିକ୍ରି ହେଉଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ବହୁସ୍ତରୀୟ ସ୍ବୟଂକ୍ରିୟ ଯାଞ୍ଚ ବ୍ୟବସ୍ଥା ଲାଗୁ କରାଯାଇଥିବା ଚିଠିରେ କୁହାଯାଇଛି। ଜିଲ୍ଲା ଏବଂ ପୁଲିସ ପ୍ରଶାସନ ସହାୟତାରେ ଅନ୍ତଃ ରାଜ୍ୟ ମାଲ ପରିବହନ ଉପରେ ନଜର ରଖିବାକୁ କୁହାଯାଇଛି। ଓଡ଼ିଶା ମିଲେଟ୍‌ ମିସନ ଅଧୀନ ସୁବିଧା ପ୍ରଦାନକାରୀ ସଂସ୍ଥାମାନଙ୍କୁ ଅଧିକରୁ ଅଧିକ କ୍ଷୁଦ୍ରଚାଷୀଙ୍କୁ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶ ହୋଇଛି। ୧୦ରୁ ୧୫କ୍ୱିଣ୍ଟାଲ ପର୍ଯ୍ୟନ୍ତ ମାଣ୍ଡିଆ ମଣ୍ଡିକୁ ବିକ୍ରି ପାଇଁ ଆଣୁଥିବା ବଡ଼ ପଞ୍ଜୀକୃତ ଚାଷୀଙ୍କ ମାଣ୍ଡିଆ ଯାଞ୍ଚ ପାଇଁ କୁହାଯାଇଛି। ମାଣ୍ଡିଆ ସଂଗ୍ରହ ପ୍ରକ୍ରିୟାକୁ ନିୟମିତ ତଦାରଖ କରିବା ସହ ତାହାର ରିପୋର୍ଟ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟକୁ ପ୍ରେରଣ କରିବା ପାଇଁ ପ୍ରମୁଖ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe