ପୂର୍ବତନ ସହକାରୀ ପ୍ରବନ୍ଧକଙ୍କୁ ୨ବର୍ଷ ଜେଲ୍‌ ଓ ଏକ ଲକ୍ଷ ଜରିମାନା

Advertisment

ଏଲଆଇସି ପଲିସିରେ ଜାଲିଆତି

ଏଲଆଇସି ପଲିସିରେ ଜାଲିଆତି

ନାବାଳିକା ଅପହରଣ ମାମଲା : ୫ ଜଣଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ଏଲ୍‌ଆଇସି ପଲିସିରେ ଜାଲିଆତି କରି ଲକ୍ଷାଧିକ ଟଙ୍କା ଠକେଇ ଘଟଣାରେ ଆଜି ଆଜି ସ୍ୱତନ୍ତ୍ର ସିଜେଏମ୍‌ (ସିବିଆଇ) ସ୍ୱରୂପ କୁମାର ମିଶ୍ର ଏଲ୍‌ଆଇସି ନବରଙ୍ଗପୁର ଶାଖାର ପୂର୍ବତ୍ତନ ସହକାରୀ ପ୍ରବନ୍ଧକ ଜୟନାରାୟଣ ମୁନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷ ଜେଲ୍‌ ଦଣ୍ଡାଦେଶ ଦେବା ସହ ୧ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ୧୯ଟି ସାକ୍ଷ୍ୟ ପ୍ରମାଣ ଓ ୩୧ ଟି ତଥ୍ୟକୁ ଭିତ୍ତି କରି ଆଇପିସି ଧାରା ୪୨୦, ୪୬୮, ୪୭୧ ଏବଂ ୧୩(୧)(ଘ)ରେତାଙ୍କୁ ଦୋଷୀ ସାବ୍ୟସ୍ତ କରି ସ୍ୱତନ୍ତ୍ର(ସିଜେଏମ୍‌) ଶ୍ରୀ ମିଶ୍ର ରାୟ ଦେଇଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୩ମାସ ଜେଲଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ପ୍ରକାଶ କରାଯାଇଛି।

ସୁଚନା ମୁତାକ, ଗତ ୨୦୦୧ ମସିହାରେ ଜୟନାରାୟଣ ମୁନ୍ନା ନବରଙ୍ଗପୁର ଏଲ୍‌ଆଇସି ଶାଖାରେ ସହକାରୀ ପ୍ରବନ୍ଧକ ଥିଲେ। ଏହି ସମୟରେ ସେ ଏକ ନକଲି ଜୀବନ ବୀମା ପଲିସି କରିଥିଲେ। ଯାହାକି ଉଗ୍ରେସନ କୁମ୍ଭାର ନାମରେ ହୋଇଥିଲା। ପଲିସିରେ ଉଗ୍ରେସନଙ୍କ ବାପାଙ୍କ ନାମ ସଦାନନ୍ଦ କୁମ୍ଭାର ଦର୍ଶାଯାଇଥିଲା। ତେବେ ମୁନ୍ନା ଚତୁରତାର ସହ ଗତ ୨୦୦୩ ମସିହାରେ ଉଗ୍ରସେନଙ୍କୁ ମୃତ ଦର୍ଶାଇଥିଲେ। ପାପଡ଼ାହାଣ୍ଡି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ନାମରେ ଉଗ୍ରସେନଙ୍କ ନାମରେ ଏକ ନକଲି ମୃତ ସାଟିଫିକେଟ୍‌ ବାହର କରିଥିଲେ। ଏହାପରେ ବାପା ସଦାନନ୍ଦଙ୍କ ନାମରେ ଟଙ୍କା କ୍ଲେମ୍‌ କରିଥିଲେ। ଆଉ ନିଜେ ପଲିସିର ଯାଞ୍ଚ କରି ତାକୁ ପାସ୍‌ କରିଥିଲେ। ଏହାପରେ ସଦାନନ୍ଦଙ୍କ ବ୍ୟାଙ୍କ ଆକାଉଣ୍ଟ ନଥଇବା ଦର୍ଶାଇ ନିଜ ଆକାଣ୍ଟରେ ଏକ ଲକ୍ଷ୩୮ ହଜାର ୨୪୦ଟଙ୍କା ନେଇଥିଲେ। ଗତ ୨୦୦୫ ମସିହାରେ ସିବିଆଇ କେସ୍‌-୨୨ରେ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା ସିବିଆଇ ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ ରାଜେଶ୍ୱର ହୋତା ମାମଲା ପରିଚାଳନା କରୁଥିଲେ। ପ୍ରକାଶ ଥାଉକି, ମୁନ୍ନା ୨୦୦୦ ମସିହାରେ ବଲାଙ୍ଗିରି ଶାଖାରେ ସହକାରୀ ପ୍ରବନ୍ଧକ ଥିବା ବେଳେ ସମାନ ଢ଼ଙ୍ଗରେ ୨ଟି ପଲିସିରେ ଜାଲିଆତି କରିଥିଲେ। ୨୦୧୫ ମସିହାରେ ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏକ ବର୍ଷ ଜେଲ୍‌ଦଣ୍ଡାଦେଶ ଦେଇଥିଲେ। ଏହାଛଡ଼ା ତାଙ୍କ ନାମରେ ଆହୁରି ସେହିପରି ୪ଟି କେସ୍‌ ସିବିଆଇ କୋର୍ଟରେ ବିଚାରାଧୀନ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe