ଏଲ୍‌ଆଇସିର ସାମାଜିକ ସୁରକ୍ଷା ସମ୍ମିଳନୀ

Advertisment
ଏଲ୍‌ଆଇସିର ସାମାଜିକ ସୁରକ୍ଷା ସମ୍ମିଳନୀ

????????????????????????????????????

ପୁରୁଣା ଭୁବନେଶ୍ୱର: ଏଲ୍‌ଆଇସି ପେନ୍‌ସନ୍‌ ଓ ଗୋଷ୍ଠୀ ବୀମା ୟୁନିଟ୍‌ ପକ୍ଷରୁ ଏଲ୍‌ଆଇସି ପେନ୍‌ସନ୍‌ ଓ ଗୋଷ୍ଠୀ ବୀମାର ସାମାଜିକ ସୁରକ୍ଷା ସମ୍ମିଳନୀ ସ୍ଥାନୀୟ ପାନ୍ଥ ନିବାସଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ବିଭାଗର ନିର୍ଦେଶକ ପ୍ରଣବ ଜ୍ୟୋତି ନାଥ, ମୁଖ୍ୟବକ୍ତା ଭାବେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ବିଭାଗର ସହାୟକ କଲ୍ୟାଣ ଆୟୁକ୍ତ ସରୋଜ କୁମାର ମହାନ୍ତି, ସାମ୍ମାନିତ ଅତିଥି ବରିଷ୍ଠ ପ୍ରଶାସନ ଡ. ନୃପରାଜ ସାହୁ ଯୋଗଦେଇ ଜୀବନବୀମାର ସଫଳତା ଓ ନୂଆ ଯୋଜନା ସମ୍ପର୍କରେ ମତ ରଖିଥିଲେ। ଭୁବନେଶ୍ୱର ଜୀବନବୀମା ମଣ୍ଡଳ କାର୍ଯ୍ୟାଳୟର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଲକ୍ଷ୍ମୀପ୍ରସାଦ ଦାସ, ପୂର୍ବ କେନ୍ଦ୍ରୀୟ କ୍ଷେତ୍ରୀୟ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ବିବେକ ଆଚାର୍ଯ୍ୟ ଓ ମଣ୍ଡଳ ପ୍ରବନ୍ଧକ ପ୍ରଫୁଲ୍ଲ କୁମାର ସେଠୀ ଏଥିରେ ଯୋଗଦେଇ ବୀମାର ଉପକାରିତା ସମ୍ପର୍କରେ ବିସ୍ତୁତ ଆଲୋଚନା କରିଥିଲେ। ପ୍ରାରମ୍ଭରେ ପ୍ରଶାସନିକ ଅଧିକାରୀ ଅଜୟ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ମଧୁସୂଦନ ଦାସ ଏହାକୁ ପରିଚାଳନା କରିଥିଲେ। ଏଥିରେ ୩୦ଟି ଜିଲ୍ଲାରୁ ବିଭିନ୍ନ ସ୍ୱେଚ୍ଛାସେବୀ, ସିଡିପିଓ, ଏଜେଣ୍ଟ୍‌, ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe