ଗାନ୍ଧର୍ବ କଳା ଉତ୍ସବ ଆରମ୍ଭ: ସୁଦର୍ଶନଙ୍କୁ ‘ଗାନ୍ଧର୍ବକଳା ଆଜୀବନ ସାଧନା ସମ୍ମାନ’

Advertisment
ଗାନ୍ଧର୍ବ କଳା ଉତ୍ସବ ଆରମ୍ଭ: ସୁଦର୍ଶନଙ୍କୁ ‘ଗାନ୍ଧର୍ବକଳା ଆଜୀବନ ସାଧନା ସମ୍ମାନ’

ଭୁବନେଶ୍ବର: ଗାନ୍ଧର୍ବ କଳା ପରିଷଦ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ‘୪୮ତମ ଦିବାକର ମିଶ୍ର ଗାନ୍ଧର୍ବ କଳା ମହୋତ୍ସବ ୨୦୨୨’ ରବୀନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଛି। ଆଜି ପ୍ରଥମ ସନ୍ଧ୍ୟାରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ କବିତା ଦ୍ବିବେଦୀଙ୍କ ଶିବ ପଞ୍ଚାକ୍ଷର ଓ ମୀରା ଭଜନ ଦର୍ଶକମାନଙ୍କ ଭିତରେ ଉନ୍ମାଦନା ଭରି ଦେଇଥିଲେ। ହରେକୃଷ୍ଣ ଧଳ ଓ ପ୍ରିୟଦର୍ଶିନୀ ପ୍ରଧାନଙ୍କ ଓଡ଼ିଶୀ ଯୁଗଳବନ୍ଦୀର ନୃତ୍ୟ, ଗାନ୍ଧର୍ବ କଳା ଛାତ୍ରୀ ଓ ନୃତ୍ୟଶାଳାର ସମୂହ ଓଡ଼ିଶୀ ନୃତ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା। ଅନୁଷ୍ଠାନର ସହ ସଂସ୍ଥାପିକା ବାସନ୍ତୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବି ରାଜେନ୍ଦ୍ର କିଶୋର ପଣ୍ଡା, ସମ୍ମାନିତ ଅତିଥି ରାମହରି ଜେନା, ଉତ୍ସବର ନିର୍ଦ୍ଦେଶକ ସଂଜୟ ଭଟ୍ଟ ଓ ସମ୍ପାଦିକା ଗାୟତ୍ରୀ ମିଶ୍ର ଉପସ୍ଥିତ ଥିଲେ। ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ।

ଏହି ଅବସରରେ ଭାସ୍କର୍ଯ୍ୟ ଶିଳ୍ପୀ ଗୁରୁ ସୁଦର୍ଶନ ସାହୁଙ୍କୁ ‘ଗାନ୍ଧର୍ବକଳା ଆଜୀବନ ସାଧନା ସମ୍ମାନ’, ସିନେ ନିର୍ଦ୍ଦେଶକ ସୁଶାନ୍ତ ମିଶ୍ରଙ୍କୁ ‘ଦିବାକର ମିଶ୍ର ଗାନ୍ଧର୍ବକଳା ସ୍ବତନ୍ତ୍ର ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସେହିଭଳି ଲକ୍ଷ୍ମୀକାନ୍ତ ପାଲିତ୍‌ଙ୍କୁ ‘ଗାନ୍ଧର୍ବ କଳା ସଂଗୀତ ସମ୍ମାନ’ ଜ୍ଞାନେଶ୍ର ମିଶ୍ରଙ୍କୁ ‘ଗାନ୍ଧର୍ବ କଳା ଦୃଶ୍ୟ କଳା ସମ୍ମାନ’, ସୁଶାନ୍ତ ନାୟକଙ୍କୁ ଗା‌ନ୍ଧର୍ବ କଳା ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ଶେଷରେ ତପନ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe