Advertisment

ଡାଟାବେସ୍‌ରେ ପକ୍କାଘର: ପଲିଥିନ୍‌ ତଳେ ଜୀବନ, ଦଲାଲ୍‌ ନେଇଗଲା ଗୃହନିର୍ମାଣ ଅର୍ଥ

Advertisment

୧୯୯୯ ମସିହା ମହାବାତ୍ୟାରେ ଜୀବନ ବଞ୍ଚିଗଲା ସିନା, ହେଲେ ରୋଜଗାର ଚାଲିଗଲା। ୨ ବଖରା ପକ୍କାଘର ମାଟିରେ ମିଶିଗଲା। ମୁଣ୍ଡ ଗୁଞ୍ଜିବାକୁ ବାରଦୁଆର ହେଲେ। ଶେଷରେ ସମାଜସେବୀ ଓ ଜନପ୍ରତିନିଧି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ।

୧୯୯୯ ମସିହା ମହାବାତ୍ୟାରେ ଜୀବନ ବଞ୍ଚିଗଲା ସିନା, ହେଲେ ରୋଜଗାର ଚାଲିଗଲା। ୨ ବଖରା ପକ୍କାଘର ମାଟିରେ ମିଶିଗଲା। ମୁଣ୍ଡ ଗୁଞ୍ଜିବାକୁ ବାରଦୁଆର ହେଲେ। ଶେଷରେ ସମାଜସେବୀ ଓ ଜନପ୍ରତିନିଧି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ।

sfsfsxc

ବାଲିଅନ୍ତା: ୧୯୯୯ ମସିହା ମହାବାତ୍ୟାରେ ଜୀବନ ବଞ୍ଚିଗଲା ସିନା, ହେଲେ ରୋଜଗାର ଚାଲିଗଲା। ୨ ବଖରା ପକ୍କାଘର ମାଟିରେ ମିଶିଗଲା। ମୁଣ୍ଡ ଗୁଞ୍ଜିବାକୁ ବାରଦୁଆର ହେଲେ। ଶେଷରେ ସମାଜସେବୀ ଓ ଜନପ୍ରତିନିଧି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ। ତାଙ୍କ ପାଇଁ ଘରଟିଏ ମଞ୍ଜୁର ହେଲା। ହେଲେ ଘର କରାଇଦେବା ନାଁରେ ଦଲାଲ ଦସ୍ତଖତ ନେଇ ଗୃହନିର୍ମାଣ ଅର୍ଥ ହଡ଼ପ କରିନେଲା। ସେବେଠାରୁ ବା ୨୬ ବର୍ଷ ଧରି ଉପେକ୍ଷିତ ହୋଇ ରହିଛନ୍ତି ବାଲିଅନ୍ତାର ଗୋପାଳ ଭୋଇ। 

ମହାବାତ୍ୟାରେ ଘର ଉଜୁଡ଼ି ଯିବା ପରେ କ୍ଷୟକ୍ଷତିର ସର୍ବେକ୍ଷଣ ହୋଇଥିଲା। ତାଙ୍କର ଶତପ୍ରତିଶତ ଘର ଭାଙ୍ଗି ଯାଇଥିବା ଏହି ତାଲିକାରେ ଲେଖା ହୋଇଥିଲା। ତାଲିକାରେ କ୍ରମାନ୍ବୟରେ ଘର ଯୋଗାଇବା ପାଇଁ ଲଟେରି କରାଯାଉଥିଲା। ଏହି ଲଟେରିରେ ତାଙ୍କ ନାମ ଆସିବାରୁ ବ୍ଲକ ପକ୍ଷରୁ ତାଙ୍କ ପାଇଁ ଘର ମଞ୍ଜୁର ହୋଇଥିଲା। କିନ୍ତୁ ଘର କରିପାରୁ ନଥିଲେ। ଏତିକିବେଳେ ଦଲାଲ୍‌ ପହଞ୍ଚି ଘର ନିର୍ମାଣ କରିଦେବ କହି ଦସ୍ତଖତ ନେଇଯାଇଥିଲା। ହେଲେ ଘର କରୁନଥିଲା। ମାସ ପରେ ମାସ ଗଡ଼ୁଥିଲେ ମଧ୍ୟ ଘର ନହେବାରୁ ଗୋପାଳ ବ୍ଲକ୍‌ରେ ପହଞ୍ଚିଥିଲେ। ବ୍ଲକ୍‌ରୁ ଜାଣିଲେ ଯେ‌ ସେ ନିଜେ ତାଙ୍କ ଘର ନିର୍ମାଣ ପାଇଁ ୨୨ ହଜାର ଉଠାଇ ନେଇଛନ୍ତି। ଯେଉଁ କାଗଜରେ ତାଙ୍କର ଦସ୍ତଖତ ଥିଲା ସେହି କାଗଜରେ ଦଲାଲ୍‌ ଦସ୍ତଖତ ନେଇଥିବା ତଙ୍କର ମନେ ପଡ଼ିଥିଲା। କିନ୍ତୁ ତାଙ୍କର ଏହି ଅଭିଯୋଗ କେହି ଶୁଣି ନଥିଲେ। ସେବେଠାରୁ ସରକାରଙ୍କ ଡାଟାବେସ୍‌ରେ ସେ ଘର ନେଇଥିବା ଦର୍ଶାଯାଉଛି। 

ଦଲାଲ୍‌ ନେଇଗଲା ଗୃହନିର୍ମାଣ ଅର୍ଥ
୨୬ ବର୍ଷ ଧରି ଉପେକ୍ଷିତ ଗୋପାଳ

ସେବେଠାରୁ ପକ୍କାଘର ପାଇଁ ପଞ୍ଚାୟତରୁ ବ୍ଲକ ଓ ବ୍ଲକ୍‌ରୁ ପଞ୍ଚାୟତ ଦଉଡ଼ିଥିଲେ ମଧ୍ୟ କିଛି ଲାଭ ହୋଇ ନଥିଲା। ଶେଷରେ ନିରାଶ ହୋଇ ଝୁମ୍ପୁଡ଼ି ଘର ତିଆରି କରି ରହିଲେ। ସାଙ୍ଗରେ ତାଙ୍କର ପତ୍ନୀ ଡଲି ଭୋଇ ୨ ଝିଅ ରହୁଥିଲେ। ସେଥିରେ ବି ଦଇବ ଦାଉ ସାଧିଲା। ୨୦୨୨ ମସିହାରେ ଘରେ ନିଆଁ ଲାଗି ସର୍ବସ୍ବ ଜଳିଗଲା। ଏଣୁ ପୁଣି ଥରେ ବାସହରା ହୋଇଯାଇଥିଲେ ଗୋପାଳ। ତତ୍କାଳୀନ ତହସିଲଦାର ସରୋଜ କୁମାର ପଣ୍ଡା, ବିଡିଓ ଆଦିକନ୍ଦ ବେହେରା ଓ ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି ତଦନ୍ତ କରି ପଲିଥିନ୍‌ ପ୍ରଦାନ କରିଥିଲେ। ସରକାରଙ୍କ ଯୋଜନାରେ ପକ୍କାଘର ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଡାଟାବେସ୍‌ରେ ‌ସେ ଘର ନେଇଥିବା ଦେଖାଉଥିବାରୁ ସରକାରୀ ଅଧିକାରୀ ଓ ଜନପ୍ରତିନିଧି କେହି ପ୍ରତିଶ୍ରୁତି ରକ୍ଷା କରିପାରି ନଥିଲେ। ଏଣୁ ପୋଡି ଯାଇଥିବା ଝୁମ୍ପୁଡ଼ିରେ ପଲିଥିନ୍‌ ଟାଣି ରହିବାକୁ ଆରମ୍ଭ କରିଥିଲେ। 

ସବୁଠାରୁ ବଡ଼ କଥା ହେଉଛି ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଲୋକଙ୍କୁ ପକ୍କାଘର ଦେବା ପାଇଁ ତଦନ୍ତ ଚାଲିଛି। ୧୨ ପରିବାର ଏଥିରେ ସାମିଲ୍‌ ହୋଇଛନ୍ତି। ହେଲେ ଡାଟାବେସ୍‌ରେ ଗୋପାଳଙ୍କ ନାଁ ଥିବାରୁ ସେ ମଧ୍ୟ ଏହି ସର୍ଭେରୁ ବାଦ୍‌ ପଡ଼ିଛନ୍ତି। ପଲିଥିନ୍‌ ତଳେ ଅତି ଦୟନୀୟ ଭାବେ ରହୁଥିବା ଦିନମଜୁରିଆ ଗୋପାଳ ଚିନ୍ତାରେ ପଡ଼ିଛନ୍ତି। ସେ ସପରିବାର ଯାଇ ବିଡିଓ କସ୍ତୁରୀ ସ୍ବାଇଁଙ୍କୁ ଭେଟିଛନ୍ତି। ସରପଞ୍ଚ ବିଷ୍ଣୁପ୍ରିୟା ସାହୁ ମଧ୍ୟ ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି। ଏଣୁ ଗୋପାଳଙ୍କ ଘର ପାଇବା ଆଶା ପୁଣି ଥରେ ସ୍ବପ୍ନ ହୋଇ ରହିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe