ପ୍ରଣବ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

Advertisment

ଦ୍ବିତୀୟ ଓଡ଼ିଶା ମ୍ୟୁଜିକ୍‌ ଆୱାର୍ଡ, ନାଚ, ଗୀତରେ ଦୁଲୁକିଲା ଉତ୍କଳ ମଣ୍ଡପ

ଦ୍ବିତୀୟ ଓଡ଼ିଶା ମ୍ୟୁଜିକ୍‌ ଆୱାର୍ଡ, ନାଚ, ଗୀତରେ ଦୁଲୁକିଲା ଉତ୍କଳ ମଣ୍ଡପ

ପ୍ରଣବ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ବର: ନାଚ, ଗୀତରେ ଦୁଲୁକୁଥିଲା ମଞ୍ଚ। ଓଲିଉଡ୍‌ ଜଗତର ବଛ‌ାବଛା ଚଳଚ୍ଚିତ୍ର କଳା‌କାରଙ୍କ ଦ୍ବାରା ନୃତ୍ୟ, ସଂଗୀତ ପରିବେଷଣକୁ ଉପ‌ଭୋଗ କରୁଥିଲେ ଉପସ୍ଥିତ ଦର୍ଶକ। କରତାଳିରେ ଗୁଞ୍ଜରିତ ହୋଇଉଠୁଥିଲା ଉତ୍କଳ ମଣ୍ଡପ। ଅବସର ଥିଲା, ଦ୍ବିତୀୟ ଓଡ଼ିଶା ମ୍ୟୁଜିକ୍ ଆୱାର୍ଡର। ପୂରା ଓଲିଉଡ୍‌ର ସଙ୍ଗୀତଜ୍ଞମାନେ ‌ଗୋଟିଏ ମଞ୍ଚରେ ଏକାଠି ହୋ‌ଇଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ହାଉସିଂବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ସାଂସଦ ଅନୁଭବ ମହାନ୍ତି, ମୋ କଲେଜ ଅଧ୍ୟକ୍ଷ ଅଭିନେତା ଆକାଶ ଦାସନାୟକ, ସିଦ୍ଧାନ୍ତ ମହାପାତ୍ର, ବୁଦ୍ଧାଦିତ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଲୋକପ୍ରିୟ ଗାୟକ ଭାବେ ଆଶୁତୋଷ ମହାନ୍ତି ଓ ଅର୍ପିତା ଚୌଧୁରୀଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଆସଦ ନିଜାମଙ୍କୁ ଶ୍ରେଷ୍ଠ ଆଲବମ ସଂଗୀତ ନିର୍ଦ୍ଦେଶକ, ଅମର ମ୍ୟୁଜିକ୍‌କୁ ଶ୍ରେଷ୍ଠ ମ୍ୟୁଜିକ୍ ଚ୍ୟାନେଲ, ସିଦ୍ଧାର୍ଥ ଏଫ୍.ଏମ୍(୯୧.୯)କୁ ଶ୍ରେଷ୍ଠ ଓଡ଼ିଆ ଏଫ୍‌.ଏମ୍‌ ଚ୍ୟାନେଲ୍‌, ପ୍ରଜ୍ଞା ଖଟୁଆଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆଶୁତୋଷ ମହାନ୍ତି, ଅର୍ପିତା‌ ଚୌଧୁରୀ, ଅଭିଜିତ୍ ମଜୁମଦାର ପ୍ରମୁଖ ମଞ୍ଚରେ ସଂଗୀତ ପରି‌ବେଷଣ କରିଥିବା ବେଳେ ଅଙ୍କିତା ଦାଶ,‌ ଶୈଳେନ୍ଦ୍ର ସାମନ୍ତରାୟ ଆଦିଙ୍କ ନୃତ୍ୟ ଦର୍ଶକଙ୍କୁ ମଞ୍ଚ ନିକଟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe