ଝଲମଲ ହେବ ଭୁଟାନ ରାଜମହଲ

Advertisment

ଘାଟିକିଆ ମା’ ଭୁଆସୁଣୀ ଦୁର୍ଗାପୂଜା କମିଟି

ଘାଟିକିଆ ମା’ ଭୁଆସୁଣୀ ଦୁର୍ଗାପୂଜା କମିଟି

ଝଲମଲ ହେବ ଭୁଟାନ ରାଜମହଲ

ଖଣ୍ଡଗିରି: ଘାଟିକିଆ ମା’ ଭୁଆସୁଣୀ ଦୁର୍ଗାପୂଜା କମିଟି ପକ୍ଷରୁ ଦୀର୍ଘ ୨୪ ହେଲା ଦୁର୍ଗାପୂଜା ହୋଇ ଆସୁଛି। ପ୍ରତି ବର୍ଷ ଆକର୍ଷଣୀୟ ତୋରଣ କରୁଥିବା ଏହି ପୂଜା କମିଟି ଚଳିତ ବର୍ଷ ମଧ୍ୟ ଦର୍ଶକଙ୍କ ମନ ମୋହିବ। ଏଥର ମଣ୍ଡପ ଓ ତୋରଣକୁ ଭୁଟାନ ରାଜପ୍ରାସାଦ ଢାଞ୍ଚାରେ ନିର୍ମାଣ କରାଯାଉଛି। ଆକର୍ଷଣୀୟ ଲାଇଟ୍‌‌ରେ ଝଲମଲ ହେବ ଏହି ରାଜମହଲ। ପ୍ରସ୍ଥ ୬୦ ଫୁଟ୍‌ ଓ ଉଚ୍ଚତା ୭୦ ଫୁଟ୍‌ ବିଶିଷ୍ଟ ଏହି ତୋରଣ ତିଆରି କରିବାକୁ ୪୦ରୁ ଅଧିକ ଓଡ଼ିଆ ଓ ବଙ୍ଗୀୟ କାରିଗର ଲାଗିଛନ୍ତି। ସେହିଭଳି ମା’ଙ୍କ ମୂର୍ତ୍ତିର ଉଚ୍ଚତା ୧୪ ଫୁଟ୍‌ ହେଉଛି ବୋଲି ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ପୂଜାରେ ପ୍ରାୟ ସବୁ ସାଂସ୍କୃ୍ତିକ କାର୍ଯ୍ୟକ୍ରମ ପ୍ରାଚୀନ ସଂସ୍କୃତି ଆଧାରିତ। ସପ୍ତମୀରେ ଓଡ଼ିଶୀ ସଂକୀର୍ତ୍ତନ, ମହାଷ୍ଟମୀରେ ପାଲା ପରିବେଷଣ ହୋଇଥାଏ। ନବମୀ ସନ୍ଧ୍ୟାରେ ମା’ଙ୍କ ହୋମଯଜ୍ଞରେ ଆହୁତି ଦିଆଯିବା ପରେ ଖିରି ପ୍ରସାଦ ସେବନ ବ୍ୟବସ୍ଥା ରହିଛି। ଏହି ଅବସରରେ ନବମୀ ଦିନ ୩ ହଜାରରୁ ଅଧିକ ଲୋକଙ୍କ ପାଇଁ ହରିହାଟ ବ୍ୟବସ୍ଥା ମଧ୍ୟ ହୋଇଛି।

ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଗୁରୁତ୍ବ

publive-image

୨ବର୍ଷ ପରେ ପୂଜା ହେଉଥିବାରୁ ମା’ଙ୍କ ଦର୍ଶନ ପାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ହେବ। ତେଣୁ ସେମାନଙ୍କ ସୁରକ୍ଷା ବଡ଼ ପ୍ରସଙ୍ଗ। ଆମ କମିଟି ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଶ୍ରଦ୍ଧାଳୁମାନଙ୍କ ଦର୍ଶନ ଓ ପ୍ରସାଦ ସେବନକୁ ବ୍ୟବସ୍ଥିତ କରାଯିବ।
-ପ୍ରକାଶ ଚନ୍ଦ୍ର ଭୂୟାଁ,ସଭାପତି

ସମସ୍ତଙ୍କ କଲ୍ୟାଣ ପାଇଁ ହୋମଯଜ୍ଞ

publive-image

ମା’ଙ୍କ କଲ୍ୟାଣ ସମସ୍ତଙ୍କୁ ମିଳୁ ବୋଲି ଆମେ ଏହି ପୂଜା କରୁଛୁ। ତେଣୁ ଜଗତ କଲ୍ୟାଣ ପାଇଁ ତିନି ଦିନ ଧରି ହୋମଯଜ୍ଞରେ ଆହୁତି ଦିଆଯିବ।
-ପ୍ରଦୀପ କୁମାର ମାଝୀ, ସମ୍ପାଦକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe