୨୭ରୁ ସେବାୟତ ଓ ତାଙ୍କର ପରିବାର ଲୋକ କରିବେ ମହାପ୍ରଭୁଙ୍କ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ

Advertisment
୨୭ରୁ ସେବାୟତ ଓ ତାଙ୍କର ପରିବାର ଲୋକ କରିବେ ମହାପ୍ରଭୁଙ୍କ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ

ଭୁବନେଶ୍ୱର: ସେବାୟତ ଓ ତାଙ୍କର ପରବାର ଲୋକଙ୍କ ପାଇଁ ୨୭ ତାରିଖ (ରବିବାର) ଠାରୁ ଖୋଲିବ ଲିଙ୍ଗରାଜଙ୍କ ମନ୍ଦିର। ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ତାଙ୍କ ପରିବାର ଲୋକେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।

ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ୨୦୨୧ ଜାନୁଆରି ୧ ଓ ୨ ତାରିଖରେ ବନ୍ଦ ରହିବ। ଜାନୁଆରି ୩ରୁ ୫ କେବଳ ଭୁବନେଶ୍ୱରବାସୀ ଦର୍ଶନ କରିପାରିବେ। କିନ୍ତୁ ୫ ଦିନ ଭିତରେ କୋଭିଡ ନେଗେଟିଭ ରିପୋର୍ଟ ଆସିଥିଲେ ହିଁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ମନ୍ଦିର ଭିତରକୁ ଛଡ଼ାଯିବ।

ସେହିଭଳି ଜାନୁଆରି ୬ ତାରିଖ ଠାରୁ ରାଜ୍ୟର ସବୁ ଭକ୍ତ ଓ ପର୍ଯ୍ୟଟକ ଲିଙ୍ଗରାଜ ମନ୍ଦିରକୁ ଯାଇପାରିବେ। କିନ୍ତୁ ଜାନୁଆରି ମାସରେ ଗର୍ଭଗୃହ ଦର୍ଶନ ହୋଇପାରିବ ନାହିଁ। ଏକାମ୍ର କ୍ଷେତ୍ରର ବିକାଶ ପାଇଁ ଚଳିତ ବର୍ଷ ବଜେଟରେ ରହିଛି ୧୫୦ କୋଟି ଟଙ୍କା। ଏକାମ୍ର କ୍ଷେତ୍ରର ଉନ୍ନତିକରଣ ଲାଗି ରାଜ୍ୟ ସରକାର ମୋଟ ୭୦୦ କୋଟି ଟଙ୍କା ଖର୍ଚ୍ଚ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe