ଲିଙ୍ଗରାଜ ମହୋତ୍ସବ ୫ରୁ: ଯୋଗଦେବେ ୭୦୦ରୁ ଊର୍ଦ୍ଧ୍ବ କଳାକାର

Advertisment

ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ‘ଏକାମ୍ର ସାଂସ୍କୃତିକ ପ୍ରକାଶନୀ’ ପକ୍ଷରୁ ଚତୁର୍ଦ୍ଦଶ ଲିଙ୍ଗରାଜ ମହୋତ୍ସବ ଆସନ୍ତା ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥରେ ୭ଶହରୁ ଅଧିକ କଳାକାର ଯୋଗଦେବେ।

ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ‘ଏକାମ୍ର ସାଂସ୍କୃତିକ ପ୍ରକାଶନୀ’ ପକ୍ଷରୁ ଚତୁର୍ଦ୍ଦଶ ଲିଙ୍ଗରାଜ ମହୋତ୍ସବ ଆସନ୍ତା ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥରେ ୭ଶହରୁ ଅଧିକ କଳାକାର ଯୋଗଦେବେ।

gdgcvcvf

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ‘ଏକାମ୍ର ସାଂସ୍କୃତିକ ପ୍ରକାଶନୀ’ ପକ୍ଷରୁ ଚତୁର୍ଦ୍ଦଶ ଲିଙ୍ଗରାଜ ମହୋତ୍ସବ ଆସନ୍ତା ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥରେ ୭ଶହରୁ ଅଧିକ କଳାକାର ଯୋଗଦେବେ। ଶ୍ରାଦ୍ଧାଳୁଙ୍କ ମନୋରଂଜନ ପାଇଁ ପ୍ରତ୍ୟେକ ଦିନ ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ଏ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଓ ସମ୍ପାଦକ ସନତ ମିଶ୍ର କହିଛନ୍ତି ଯେ, ଗୁରୁ ଗଜେନ୍ଦ୍ର ପଣ୍ଡା ଓ ଗୁରୁ ପ୍ରତିଭା ପଣ୍ଡାଙ୍କ ତତ୍ତ୍ବାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ।

ଏଥିରେ ଓଡ଼ିଶା କଳାବିକାଶ କେନ୍ଦ୍ରର କଳାକାରଙ୍କ ସହ ବୀଣାପାଣି କଳା ନିକେତନ ନୃତ୍ୟ ପରିବେଷଣ କରିବେ। ସେହିପରି ଓଡ଼ିଶୀ, ଭାରତନାଟ୍ୟମ୍, କଥକ, ଘୋଡ଼ାନାଚ, ଆଦିବାସୀ ଲୋକନୃତ୍ୟ, ପଲ୍ଲି ନୃତ୍ୟ ପରିବେଷଣ ହେବ। ୧୧ରାଜ୍ୟର ୩୬ସାଂସ୍କୃତିକ ଦଳ ଅଂଶଗ୍ରହଣ କରିବେ। ଦଳଗୁଡ଼ିକୁ ପରିଚାଳନା ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି ସାମ୍ବାଦିକ ସମ୍ମିଳନୀରେ ଆଇନଜୀବୀ ଶିବାନନ୍ଦ ରାୟ, ଯୁଗ୍ମସମ୍ପାଦକ ପ୍ରଦ୍ୟୁମ୍ନ ମହାନ୍ତି, ମୁଖପାତ୍ର ଲିଙ୍ଗରାଜ ସାହୁ, କୋଷାଧକ୍ଷ ରତିକାନ୍ତ ମହାସୁଆର, କେଦାରନାଥ ମହାପାତ୍ର, ବାବନ ଚନ୍ଦ୍ର ମହାପାତ୍ର, ଶ୍ରୀବତ୍ସ ପତି, ଲଲାଟେନ୍ଦୁ ମହାନ୍ତି, ପ୍ରମୋଦ କୁମାର ଦାସ, ବିଶ୍ୱନାଥ ମହାପାତ୍ର, ଗଣେଶ ପାଲ, ଦେବାଶିଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe