ଶ୍ରୀଲିଙ୍ଗରାଜଙ୍କ ମୂଲ୍ୟବାନ ସମ୍ପତ୍ତି ଜବରଦଖଲ : ରାଜ୍ୟପାଳଙ୍କୁ ଅଭିଯୋଗ, ସିବିଆଇ ତଦନ୍ତ ଦାବି

Advertisment

ହୁଣ୍ଡିରୁ ବାହାରିଲା ୪ ଲକ୍ଷ ୫୩ ହଜାର ଟଙ୍କା

ହୁଣ୍ଡିରୁ ବାହାରିଲା ୪ ଲକ୍ଷ ୫୩ ହଜାର ଟଙ୍କା

ଶ୍ରୀଲିଙ୍ଗରାଜଙ୍କ ମୂଲ୍ୟବାନ ସମ୍ପତ୍ତି ଜବରଦଖଲ : ରାଜ୍ୟପାଳଙ୍କୁ ଅଭିଯୋଗ, ସିବିଆଇ ତଦନ୍ତ ଦାବି

commons.wikimedia.org

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଜବରଦଖଲ ହୋଇଛି। ଏହାକୁ ମୁକ୍ତ କରିବାକୁ ସରକାର ପଦକ୍ଷେପ ନେଉନାହାନ୍ତି। ସରକାର ତୁରନ୍ତ ସେମାନଙ୍କ ବି‌ରୋଧ‌ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହାର ସିବିଆଇ ତଦନ୍ତ ଦାବି କରିଛି ଏକାମ୍ର ଜନ ଜାଗରଣ ମଞ୍ଚ। ମଞ୍ଚ ପକ୍ଷରୁ ଏନେଇ ଆଜି ରାଜ୍ୟପାଳଙ୍କ ପାଖରେ ଅଭିଯୋଗ କରାଯାଇଛି।

ସେମାନେ ଅଭିଯୋଗ କରିଛନ୍ତି ଯେ ୧୯୨୦ ମସିହାରୁ ଭୀମପୁର ମୌଜାର ପ୍ଲଟ୍‌ ନଂ. ୫୪୪/୫୪୯ ଓ ୬୭ରେ ୧ଏକର ୧୬୦ ଡେସିମିଲ ଜମି ମହାପ୍ରଭୁଙ୍କ ନାମରେ ରହିଛି। ଏହାର ଜାଲ ଦସ୍ତାବିଜ୍‌ ପ୍ରସ୍ତୁତ କରାଯାଇ ୨୦୦୩ ମସିହାରେ ବ୍ୟକ୍ତିଗତ ପଞ୍ଜୀକୃତ ଓ ବେଆଇନ ନିର୍ମାଣ କରାଯାଇଛି। ଏପରିକି ଏହି ଜମିରେ ନିର୍ମିତ ଘର ଭଡ଼ା ଦିଆଯାଇ ମାସକୁ ୭ଲକ୍ଷ ଟଙ୍କା ଆୟ ‌ହେଉଛି। ଏହି ଆୟ ଦେବୋତ୍ତର ବିଭାଗକୁ ଆସିବା ପାଇଁ ବିଭାଗ ନିର୍ଦ୍ଦେଶ ଦେଇଥିଲା, ହେଲେ ଏହାକୁ କାର୍ଯ୍ୟକାରୀ କରୁନାହିଁ। ଏପେଟେ ଜବରଦଖଲକାରୀଙ୍କ ପକ୍ଷରୁ ଅଭିଯୋଗକାରୀଙ୍କୁ ହତ୍ୟା ଧମକ ଦିଆଯାଉଛି। ସ୍ଥାନୀୟ ପୁଲିସ ଅଭିଯୋଗ ପାଇ ମଧ୍ୟ ନିରବଦ୍ରଷ୍ଟା ସାଜିଛି। କେବଳ ଏହି ଜମି ନୁହେଁ, ଏହାର ଆଖପାଖରେ ଥିବା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ୫୦ ଏକରରୁ ଊର୍ଧ୍ବ ସମ୍ପତ୍ତି ବିଭିନ୍ନ ରାଜନେତା ଓ ଦଲାଲମାନଙ୍କ ଦ୍ବାରା ଜବରଦଖଲ କରାଯାଇ ବେଆଇନ ଭାବେ ବିକ୍ରି କରାଯାଇଛି। ସେହିପରି ଦେବୋତ୍ତର କାର୍ଯ୍ୟାଳୟରୁ ୨ କିଲୋମିଟର ଓ ମନ୍ଦିର ପ୍ରଶାସନର ୨ଶହ ମିଟର ଦୂରରେ ମହାପ୍ରଭୁଙ୍କ ମୂଲ୍ୟବାନ ସମ୍ପତ୍ତି ଉପରେ ମାର୍କେଟ୍‌ ନିର୍ମାଣ କରାଯାଇ ବହୁ ସମ୍ପତ୍ତି ଜବରଦଖଲକାରୀ ମାଡ଼ି ବସିଛନ୍ତି। ଗ୍ୟାରେଜ୍‌ ଛକ ନିକଟରେ ମଧ୍ୟ ଜଣେ ରାଜନେତାଙ୍କ ଭାଇ ଠାକୁରଙ୍କ କୋଟି କୋଟି ଟଙ୍କାର ଜମି ହଡ଼ପ କରିଛନ୍ତି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ବେଳେ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ, ସଂଯୋଜକ ହିମାଂଶୁ ହୋତା, ଜଗତଚନ୍ଦ୍ର ଦାସ, ସୁଲତା ସାହାଣୀ, ଦିବ୍ୟଜ୍ୟୋତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ଦେବୋତ୍ତର ବିଭାଗ କମିସନରଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରିଥିଲେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ସାହୁ କହନ୍ତି, ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ବହୁ ଜମି ରହିଛି। ଏହାର ପୁନରୁଦ୍ଧାର ହୋଇ ପାରୁନାହିଁ। ଅଦାଲତରେ ମାମଲା ଚାଲିଥିବାରୁ ମଧ୍ୟ କିଛି ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଏ ନେଇ ଟ୍ରଷ୍ଟ ବୋର୍ଡରେ ଆଲୋଚନା କରାଯାଇ ଜମିଗୁଡ଼ିକ ପୁନରୁଦ୍ଧାର କରିବା ପାଇଁ ଦେବୋତ୍ତର ବିଭାଗକୁ ଜଣାଯିବ ବୋଲି ସେ କହିଛନ୍ତି।

ହୁଣ୍ଡିରୁ ବାହାରିଲା ୪ ଲକ୍ଷ ୫୩ ହଜାର ଟଙ୍କା
ପୁରୁଣା ଭୁବନେଶ୍ୱର : ଜଗମୋହନ ନାଟ ମଣ୍ଡପରେ ଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହୁଣ୍ଡି ଆଜି ୩ମାସ ପରେ ଖୋଲା ଯାଇଛି। ଏଥିରୁ ୪ଲକ୍ଷ ୫୩ ହଜାର ୧୨୦ ଟଙ୍କା ବାହାରିଛି। ଏହି ଟଙ୍କାକୁ ଅଲ୍ଲାବାଦ ବ୍ୟାଙ୍କର ଟେମ୍ପୁଲ ବ୍ରାଞ୍ଚରେ ରଖାଯାଇଛି। ତେବେ ସେଥିରୁ ୫୪ହଜାର ଟଙ୍କାର କଏନ୍‌ ବାହାରିବା ସହ କିଛି ସୁନା, ରୁପା ଓ ବିଦେଶୀ ମୁଦ୍ରା ବାହାରିଛି ବୋଲି ମନ୍ଦିର କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe