ଲିଙ୍ଗରାଜଙ୍କ ସମ୍ପତ୍ତି ହଡ଼ପ ଷଡ଼୍‌ଯନ୍ତ୍ର, ଇଓଡବ୍ଲ୍ୟୁରେ ଅଭିଯୋଗ

Advertisment
ଲିଙ୍ଗରାଜଙ୍କ ସମ୍ପତ୍ତି ହଡ଼ପ ଷଡ଼୍‌ଯନ୍ତ୍ର, ଇଓଡବ୍ଲ୍ୟୁରେ ଅଭିଯୋଗ

tripadvisor.in

ପୁରୁଣା ଭୁବନେଶ୍ୱର : ଲିଙ୍ଗରାଜଙ୍କ ମୂଲ୍ୟବାନ୍‌ ସମ୍ପତ୍ତି ଏକ ଘରୋଇ ସଂସ୍ଥା ହାତକୁ ଟେକି ଦିଆଯାଉଛି। ଲିଙ୍ଗରାଜ ମନ୍ଦିର ଏହାକୁ ବିକି ଦେବାକୁ ଚାହୁଁଥିବା ବେ‌ଳେ ଦେବୋତ୍ତର କମିସନ ଏହାକୁ ୯୯ ବର୍ଷ ପର୍ଯ୍ୟନ୍ତ ଲିଜ୍‌ ଦେବାପାଇଁ ଆଦେଶ ଦେଇଛନ୍ତି। ଏହି ଆଦେଶ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏକାମ୍ର ଜନଜାଗରଣ ମଞ୍ଚ ସଭାପତି ଭୀଷ୍ମ ଚରଣ ନାୟକ ଏହାକୁ ଘୋର ଷଡ୍‌ଯନ୍ତ୍ର ବୋଲି ଅଭିହିତ କରିବା ସହ ଦେବୋତ୍ତର କମିସନଙ୍କର ଏହି ଆଦେଶକୁ ବାତିଲ କରିବା ପାଇଁ ବିଧି ସଚିବଙ୍କୁ ଦାବିପତ୍ର ପ୍ରଦାନ କରିଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ସେ ଅନୁରୋଧ କରିଛନ୍ତି।

ସୂଚନା ମୁତାବକ, ଭୀମପୁର ମୌଜାର ଖାତା ୫୪୪/ ୭୫୧ ଓ ୫୪୪/ ୭୭୯ ରେ ଥିବା ପ୍ଲଟ ୯୩୦, ୯୩୧, ୯୩୨, ୯୩୩, ୯୩୪, ୯୩୫, ୯୮୦ରେ ୨.୩୬୫ ଏକର ଜମି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନାମରେ ରହିଛି। ଏଥିରେ ହୋଟେଲ ତୋଳିବା ପାଇଁ ଏକ ଘରୋଇ ସଂସ୍ଥା ଟ୍ରଷ୍ଟ ସହ କଥାବାର୍ତ୍ତା କରି କାମ ଆରମ୍ଭ କରିଥିଲା। ହେଲେ ବିବାଦ ଉଠିବାରୁ ମାମଲା ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସେଠାରେ ତିନିପକ୍ଷ ଯଥା; ସରକାର, ଲିଙ୍ଗରାଜ ମନ୍ଦିର ଓ ଘରୋଇ ସଂସ୍ଥା ଆପୋସ ସମାଧାନ କରିବେ ବୋଲି ଚୁକ୍ତି କରି ମାମଲା ରଫାଦଫା କରିଥିଲେ। ଏହା ପରେ ଶ୍ରୀଲିଙ୍ଗରାଜ ମନ୍ଦିର ପକ୍ଷରୁ ଏହି ଜମିକୁ ସମ୍ପୃକ୍ତ ସଂସ୍ଥାକୁ ବିକ୍ରି କରିଦେବା ପାଇଁ ଦେବୋତ୍ତର କମିସନଙ୍କ ନିକଟରେ ଆବେଦନ ହୋଇଥିଲା। ହେଲେ ଏହା ମୂଲ୍ୟବାନ ଜମି ହୋଇଥିବାରୁ କମିସନ ଏହାକୁ ବିକ୍ରି କରିବାକୁ ନ ଦେଇ ବିଭିନ୍ନ ସର୍ତ୍ତ ରଖି ୯୯ ବର୍ଷିଆ ଲିଜ୍‌ ଦେବା ପାଇଁ ଆଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe