ବର୍ଷାରେ ଧୋଇଗଲା ଲିଙ୍ଗରାଜ ମାର୍କେଟ ରୋଡ

Advertisment
ବର୍ଷାରେ ଧୋଇଗଲା ଲିଙ୍ଗରାଜ ମାର୍କେଟ ରୋଡ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ଓ ବିଦ୍ୟୁତ୍‍ ସବ୍‍ଷ୍ଟେସନ ନିକଟରେ ରହିଛି ନୂଆ ଲିଙ୍ଗରାଜ ମାର୍କେଟ ରୋଡ। ଏହି ରୋଡରେ ପ୍ରତିଦିନ ଶହ ଶହ ଗାଡ଼ି ମଟର ଯାଉଥିବା ବେଳେ ରାସ୍ତା କଡ଼ରେ ରହିଛି ମରଣଯନ୍ତା। ବର୍ଷାରେ ରାସ୍ତା କଡ଼ରେ ପ୍ରାୟ ୨୦ଫୁଟ୍‌ର ଖାଲ ସୃଷ୍ଟି ହୋଇଛି। ନିମ୍ନ ମାନର କାମ ଯୋଗୁଁ ବର୍ଷାରେ ମାଟି ଅତଡ଼ା ଖାଇ ଯିବାରୁ ଏପରି ଅବସ୍ଥା ଦେଖା ଦେଇଛି। ତେବେ ରାସ୍ତାର ଏପରି ଅବସ୍ଥା ହୋଇଥିଲେ ମଧ୍ୟ ବିଭାଗୟୀ କର୍ତୃପକ୍ଷ ଏହାର ମରାମତି ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି।

ପ୍ରକାଶ ଯେ, ବିନ୍ଦୁସାଗର କଡ଼ରେ ରାସ୍ତାରେ ଅଧିକ ଭିଡ଼ ହେଉଥିବାରୁ ଗଙ୍ଗା ଯମୁନାଠାରୁ କୋଟି ତୀର୍ଥ ଆଡ଼କୁ ନୂତନ ରାସ୍ତା ତିଆରି କରାଯାଇଛି। ଗତ ବିଶ୍ବ ହକି କପ୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଲିଙ୍ଗରାଜ ମାର୍କେଟ ସହ ଉକ୍ତ ରାସ୍ତାର ଉଦ୍‌ଘାଟନ କରିଥିଲେ। ୨୦୧୮ମସିହା ନଭେମ୍ବର ୧୮ରେ ଏହା ଉଦ୍‌ଘାଟନ ପରେ ଏଠାରେ ଯିବା ଆସିବା ଆରମ୍ଭ ହୋଇଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଆର୍‌ଏଣ୍ଡ୍‌ବି ପକ୍ଷରୁ ହୋଇଥିବା ରାସ୍ତା ୬ମାସରେ ଧୋଇଯାଇଛି। ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ କୁହନ୍ତି, ନିମ୍ନମାନର କାମ ଯୋଗୁଁ ରାସ୍ତା ଧୋଇ ବିପଦପୂର୍ଣ୍ଣ ହୋଇଛି। ବିଦ୍ୟୁତ୍‌ କାଟ ବେଳେ ରାସ୍ତାରେ ଯିବା ସମୟରେ ୨୦ଫୁଟ୍‌ ଖାଲରେ ପଡ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ଏନେଇ ପ୍ରତିକାର ବି କରାଯାଉନାହିଁ। ସେହିପରି ସ୍ଥାନୀୟ ଜମେଶ୍ବର ପାଟଣା ରାସ୍ତାରେ ପ୍ରତିଦିନ ଶହଶହ ଲୋକ ଯିବା ଆସିବା କରିବା ସହ ବହୁ ଶ୍ରଦ୍ଧାଳୁ ମନ୍ଦିରକୁ ଯାଇଥାନ୍ତି। ତେବେ ରାସ୍ତାରେ ଡ୍ରେନ୍ ପାଣି ଓ ନର୍ଦମା ପାଣି ଭାସିବା ସମସ୍ୟା ଲାଗି ରହିଥିବା ବେଳେ ବଣିଆ ସାହି ଛକଠାରେ ଡ୍ରେନ୍‌ ସ୍ଲାବ୍‌ ଖସିବା ଯୋଗୁଁ ମରଣଯନ୍ତା ସୃଷ୍ଟି ହୋଇଛି। ଏହା ଫଳରେ ଉକ୍ତ ଛକଠାରେ ଚାରି ଚକିଆ ଯାନ ଯାତାୟାତରେ ଅସୁବିଧା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe