ଶ୍ରୀଲିଙ୍ଗରାଜଙ୍କ ଦାଣ୍ଡ ମହାସୁଲରେ ସୁଧାର ହେବ

ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି

ଶ୍ରୀଲିଙ୍ଗରାଜଙ୍କ ଦାଣ୍ଡ ମହାସୁଲରେ ସୁଧାର ହେବ

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର ଆଖ ପାଖରେ ଆଦାୟ ହେଉଥିିବା ଦାଣ୍ଡ ମହାସୁଲରେ ସୁଧାର ଆସିବ। ମାସିକିଆ ଓ ବର୍ଷିକିଆ ମହାସୁଲ ବଦଳରେ ଦିନିକିଆ ମହାସୁଲ ଆଦାୟ ହେବ ବୋଲି ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତିଙ୍କ ସୂଚନା ଅନୁଯାୟୀ କୌଣସି ଗାଡ଼ି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଯେଉଁଠି ବି ଥରେ ଟିକେଟ୍‌ କାଟିଲେ ଅନ୍ୟତ୍ର ଟିକେଟ୍‌ କାଟିବା ଦରକାର ହେବନି। ଏହା ୨୪ଘଣ୍ଟା ପର୍ଯ୍ୟନ୍ତ କାଏମ ରହିବ। ସେହିପରି ମହାଶିବରାତ୍ରି ନୀତି ବିଳମ୍ବ ନେଇ ଦୁଇ ନିଯୋଗଙ୍କ ଚିଠି ଦେବୋତ୍ତର ବିଭାଗକୁ ପଠାଯିବ। ବୈଠକରେ ରୁକୁଣା ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ଅଲୋଚନା କରାଯାଇଥିଲା। ତେବେ ପୂର୍ବପରି ଦୁଇ ନିଯୋଗ ମୁଖ୍ୟ ଏଥିରେ ଅନୁପସ୍ଥିତ ଥିଲେ।

ରଥଖଳାକୁ ଆସିଲା ରଥକାଠ

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ତିଆରି ପାଇଁ ଆଜି କାଠ ରଥଖଳାରେ ଆସି ପହଞ୍ଚିଛି। ପରମ୍ପରା ଅନୁଯାୟୀ ଆମ୍ବ ଗଛ କାଠ ଆସି ସିଂହଦ୍ଵାରଠାରେ ପୂଜା ହେବାପରେ ଗୋଟିଏ ଲଗ୍‌ କାଠ ରଥ ଖଳାକୁ ଆସିଥିଲା। ଏହି କାଠ ରଥର ଚକ ତିଆରିରେ ଲାଗିବ। ତେବେ ଆସନ୍ତାକାଲି ରଥ ଖଳାରେ ଏହାକୁ ପୂଜା କରାଯିବ। ଏହାପରେ ରଥ ତିଆରି କାମ ଆରମ୍ଭ ହେବ। ପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ମହିପୁର ରେଞ୍ଜ ଅଧୀନରେ ଥିବା ଜଙ୍ଗଲରେ ଦୁଇଟି ଆମ୍ବ ଗଛକୁ ପୂଜା କରି ଗଛ କାଟିଥିଲେ। ସେହିପରି ଶାଳ, ଶିମିଳି, ମହୀ, ତେନ୍ତୁଳି, କୁମ୍ଭି ଆଦି ସମସ୍ତ କାଠ ଆସି କଟକ ସ’ମିଲ୍‌କୁ ଚିରା ହେବା ପାଇଁ ଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe