ପୁରୁଣା ଭୁବନେଶ୍ୱର: ଆସନ୍ତାକାଲି ଚନ୍ଦ୍ରଗ୍ରହଣ। ଏଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିରେ ପରିବର୍ତନ ହୋଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମନ୍ଦିରରେ ଶୁକ୍ରବାର ସକାଳ ୬ଟା ପୂର୍ବରୁ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି ଅବକାଶ କରାଯିବ। ସକାଳ ୬ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ଅପରାହ୍ନ ୨ଟା ୩୦ମିନିଟ୍ ମଧ୍ୟରେ ଶ୍ରୀଲିଙ୍ଗରାଜ ଓ ଠାକୁରାଣୀଙ୍କର ସଂଧ୍ୟା ଧୂପ କରାଯିବ। ୨ଟା ୫୪ରେ ସମସ୍ତ ନୀତି ବନ୍ଦ ରହିବ। ତେବେ ଠାକୁରଙ୍କୁ ଆଡ଼କାଠରୁ ଦର୍ଶନ ହେବା ସୁବିଧା ଥିଲେ ମଧ୍ୟ ଭୋଗରାଗ ଓ ପୂଜାର୍ଚନା ବନ୍ଦ ରହିବ। ରାତି ୨ଟା ୧୫ ମିନିଟ୍ରୁ ୩ଟା ମଧ୍ୟରେ ଗ୍ରହଣ ଚାଲୁଥିବା ସମୟରେ ଶ୍ରୀଜିଉ ଗ୍ରହଣ ସ୍ନାନ ପାଇଁ ବିନ୍ଦୁସାଗରକୁ ଯାତ୍ରା କରି ସେଠାରେ ଗ୍ରହଣ ଗାଧୁଆ କରିବେ। ପରେ ମନ୍ଦିରରେ ଗ୍ରହଣ ଭୋଗ ଲାଗି କରାଯିବ। ଗ୍ରହଣ ସର୍ବମୋକ୍ଷ ପରେ ରାତି ୩ଟା ୫୫ମିନିଟ୍ରେ ମନ୍ଦିରରେ ରୋଷ ହୋମ କରାଯିବା ସହ ବଡ଼ସିଂହାର ଓ ଅନ୍ୟାନ୍ୟ ନୀତି କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ଅନ୍ୟ ମନ୍ଦିରମାନଙ୍କରେ ଗ୍ରହଣ ନୀତି ଯଥାବିଧି ପାଳନ କରାଯିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us