ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ତରଫରୁ ଗତ ବୁଧବାର ଶ୍ରୀଲିଙ୍ଗରାଜ ମନ୍ଦିର ନାଟ୍ୟମଣ୍ଡପ ହୁଣ୍ଡି ଖୋଲା ଯାଇଥିବା ବେଳେ ଆଜି ସିଂହଦ୍ବାର ଦାନ ହୁଣ୍ଡି ଖୋଲାଯାଇଛି। ଶ୍ରୀଜିଉଙ୍କ ନାଟ୍ୟ ମଣ୍ଡପ ହୁଣ୍ଡିରୁ ୫ଲକ୍ଷ ୨୧ହଜାର ୫୨୦ ଟଙ୍କା ଆୟ ହୋଇଥିବା ବେଳେ ସିଂହଦ୍ବାର ହୁଣ୍ଡିରୁ ୨ଲକ୍ଷ ୧୧ହଜାର ୨୧୫ଟଙ୍କା ଆୟ ହୋଇଛି। ଉକ୍ତ ଟଙ୍କାକୁ ମନ୍ଦିର ପ୍ରଶାସନ ପକ୍ଷରୁ ଲୁଇସ୍ରୋଡ୍ସ୍ଥିତ ଆହ୍ଲାବାଦ ବ୍ୟାଙ୍କରେ ଜମା କରାଯାଇଛି। ପ୍ରାୟ ୪ ମାସ ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜିଉଙ୍କ ହୁଣ୍ଡି ଖୋଲା ଯାଇଥିଲା।
ଶ୍ରୀଲିଙ୍ଗରାଜଙ୍କ ହୁଣ୍ଡିରୁ ୭ଲକ୍ଷ ୩୨ ହଜାର ଟଙ୍କା ଆୟ
Advertisment
Follow Us