ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ ମଠ ଭଙ୍ଗା ଯିବାରୁ ଧାରଣା

Advertisment
ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ଝଟ୍‌କା: କେନ୍ଦ୍ରୀୟ ଆଇନକୁ ବିରୋଧ କରୁଥିବା ଦର୍ଶାଇ ଆପତ୍ତି

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିରର ଦୈନିକ ରୀତିନୀତିରେ ଜଡ଼ିତ ଥିବା ଶିବତୀର୍ଥ ମଠକୁ ବିଏମ୍‌ସି ପକ୍ଷରୁ ଭଙ୍ଗାଯିବାକୁ ବିରୋଧ କରି ଧାରଣା ଦିଆଯାଇଥିଲା। ଶ୍ରୀରାମ ସଂସ୍କୃତି ସୁରକ୍ଷା ପରିଷଦ ତରଫରୁ ଏହି ଧାରଣା ଦିଆଯାଇଥିଲା। ପରିଷଦର ଅଧ୍ୟକ୍ଷ ହିମାଂଶୁ ଶେଖର ହୋତା ଏଥିରେ ଅଧ୍ୟକ୍ଷତା କରି କହିଥିଲେ ଯେ, ସନାତନ ହିନ୍ଦୁ ଧର୍ମର ପ୍ରମୁଖ ଧର୍ମସ୍ଥଳୀ ରୂପେ ପରିଚିତ ଏକାମ୍ର କ୍ଷେତ୍ର। ଉଚ୍ଚ ନ୍ୟାୟାଳୟ ଦ୍ୱାରା ପାରିତ ରହିତାଦେଶକୁ ଅମାନ୍ୟ କରି ଧାର୍ମିକ ଐତିହ୍ୟସ୍ଥଳୀ ମଠ ଗୁଡିକୁ ଭାଙ୍ଗି ଦିଆଯାଉଛି। ଏଥିରେ ପ୍ରଶାସନ କ୍ଷାନ୍ତ ନ ରହିଲେ ଏହାର ବିରୋଧରେ ଅଦାଲତ ଅବମାନନା କେସ୍‌ ଦାୟର ସହିତ ଆଗାମୀ ଦିନରେ ଯଥାଶୀଘ୍ର ସର୍ବୋଚ୍ଚ ନ୍ୟାୟାଳୟରେ ମଧ୍ୟ ଏହା ବିରୋଧରେ ଜନସ୍ୱାର୍ଥ ମାମଲା ଦାୟର କରାଯିବ। ଏଥି ସହ ଜନ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ପରିଷଦର ଅଧ୍ୟକ୍ଷ ଶ୍ରୀ ହୋତା ଏହି ଧାରଣା ମାଧ୍ୟମରେ ଚେତାବନୀ ଦେଇଛନ୍ତି। ଏନେଇ ବିଏମ୍‌ସି ଡେପୁଟି କମିସନର କମଲଜିତ୍‌ ଦାସ କୁହନ୍ତି ଉଚ୍ଚ ନ୍ୟାୟାଳୟ ଅବମାନନା କଥା ସମ୍ପୂର୍ଣ୍ଣ ଭିର୍ତ୍ତିହୀନ। ଯେଉଁମାନେ ଧାରଣା ଦେଇଛନ୍ତି ସେମାନଙ୍କର ମଠ ସହ କୌଣସି ସମ୍ପୃକ୍ତି ନାହିଁ। କିଛି ଲୋକ ମଠକୁ ଜବରଦଖଲ କରିଥିଲେ। ‌୨୦୨୦ମସିହା ୨୫ସେପ୍ଟେମ୍ବରରେ ଦେବୋତ୍ତର ବିଭାଗ ମଠର ପରିଚାଳଣା ଦାୟିତ୍ବ ମନ୍ଦିର ଟ୍ରଷ୍ଟକୁ ଦିଆଯାଇଛି। ଏହା ପରେ ମଠର ସୌନ୍ଦର୍ଯ୍ୟୀକରଣ ପାଇଁ ମନ୍ଦିର ପ୍ରଶାସନ ବିଏମ୍‌ସିକୁ ହସ୍ତାନ୍ତର କରିଛି। ମଠର ମନ୍ଦିର ଓ ଗାଦି ଭଙ୍ଗା ନଯାଇ ଏହାର ସୌନ୍ଦର୍ଯ୍ୟୀକରଣ କରାଯାଉଛି। ମଠ ଗୁଡ଼ିକର ପୂଜକ ଗୃହ ଓ ସ୍ବତନ୍ତ୍ର ଶୌଚାଳୟ କାମ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe