ଉପେନ୍ଦ୍ର ଭଞ୍ଜଙ୍କୁ ଉତ୍ତରପିଢ଼ି ସହ ଯୋଡ଼ିଲେ ଓଡ଼ିଆ ସାହିତ୍ୟ ସମୃଦ୍ଧ ହେବ: ସୌମ୍ୟରଞ୍ଜନ

Advertisment

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କୁ ଉତ୍ତରପିଢ଼ି ସହ ଯୋଡ଼ିଲେ, ଭଞ୍ଜ ସାହିତ୍ୟର ପ୍ରଚାରପ୍ରସାର ହେବା ସହ ଓଡ଼ିଆ ସାହିତ୍ୟ ସମୃ୍ଦ୍ଧ ହେବ।  ଭଞ୍ଜଙ୍କୁ ଉତ୍ତରପିଢ଼ି ସହ‌ ଯୋଡ଼ିବା ପାଇଁ ଆମକୁ ବିଜ୍ଞାନ ଓ କାରିଗରୀ କୌଶଳକୁ ଉପ‌ଯୋଗ କରିବାକୁ ପଡ଼ିବ ବୋଲି କହିଛନ୍ତି ‘ସମ୍ବାଦ’ ଗ୍ରୁପର...

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କୁ ଉତ୍ତରପିଢ଼ି ସହ ଯୋଡ଼ିଲେ, ଭଞ୍ଜ ସାହିତ୍ୟର ପ୍ରଚାରପ୍ରସାର ହେବା ସହ ଓଡ଼ିଆ ସାହିତ୍ୟ ସମୃ୍ଦ୍ଧ ହେବ।  ଭଞ୍ଜଙ୍କୁ ଉତ୍ତରପିଢ଼ି ସହ‌ ଯୋଡ଼ିବା ପାଇଁ ଆମକୁ ବିଜ୍ଞାନ ଓ କାରିଗରୀ କୌଶଳକୁ ଉପ‌ଯୋଗ କରିବାକୁ ପଡ଼ିବ ବୋଲି କହିଛନ୍ତି ‘ସମ୍ବାଦ’ ଗ୍ରୁପର...

gdjgjgjds

କଟକ: କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କୁ ଉତ୍ତରପିଢ଼ି ସହ ଯୋଡ଼ିଲେ, ଭଞ୍ଜ ସାହିତ୍ୟର ପ୍ରଚାରପ୍ରସାର ହେବା ସହ ଓଡ଼ିଆ ସାହିତ୍ୟ ସମୃ୍ଦ୍ଧ ହେବ।  ଭଞ୍ଜଙ୍କୁ ଉତ୍ତରପିଢ଼ି ସହ‌ ଯୋଡ଼ିବା ପାଇଁ ଆମକୁ ବିଜ୍ଞାନ ଓ କାରିଗରୀ କୌଶଳକୁ ଉପ‌ଯୋଗ କରିବାକୁ ପଡ଼ିବ ବୋଲି କହିଛନ୍ତି ‘ସମ୍ବାଦ’ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ। କଳିଙ୍ଗ ଭାରତୀ ଓ ଉତ୍କଳ ଛାତ୍ର ସାହିତ୍ୟ ସମାଜ ପକ୍ଷରୁ ମିସନରୋଡ ଭଞ୍ଜ ମଣ୍ଡପରେ ଚାଲିଥିବା ୮୧ତମ ଭଞ୍ଜ ଜୟନ୍ତୀର ତୃତୀୟ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମୋବାଇଲ୍ ଏବେ ବିଜ୍ଞାନ ଓ କାରିଗରୀ କୌଶଳର ପ୍ରତୀକ। ଏହାକୁ ଉପଯୋଗ କରି ଆମେ ଉପେନ୍ଦ୍ର ଭଞ୍ଜଙ୍କ ବିଷୟରେ ଅନେକ କଥା ଉତ୍ତରପିଢ଼ିଙ୍କ ପାଖରେ ପହଞ୍ଚାଇ ପାରିବା। ଏହା ହେଲେ ଭଞ୍ଜ ଜୟନ୍ତୀ ପାଳନ ଯଥାର୍ଥ ହେବ ବୋଲି ସେ କହିଥିଲେ। 
ବିଶିଷ୍ଟ ସାହିତ୍ୟିକ ବିଜୟ କୁମାର ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟ ଓ ସଂଗୀତ ଗବେଷକ କୀର୍ତ୍ତନ ନାରାୟଣ ପାଢ଼ୀ ଭଞ୍ଜ ସଂଗୀତର ମୌଳିକ ଚାତୁରୀ ବିଷୟରେ କହିଥିଲେ।

ସମ୍ମାନିତ ଅତିଥି ଭାବେ ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ, ଯୁବଗୋଷ୍ଠୀ ମଧ୍ୟରେ ଭଞ୍ଜ ସାହିତ୍ୟର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟକ୍ରମ କରାଯିବାର ଆବଶ୍ୟକତା ବିଷୟରେ କହିଥିଲେ। ଅନ୍ୟତମ ଅତିଥି ସିପ୍ରା କର ଭଞ୍ଜ କାବ୍ୟ ଉପରେ ଆଲୋକପlତ କରିଥିବା ବେଳେ କଳିଙ୍ଗ ଭାରତୀ ସଭାପତି ଡାକ୍ତର ଶୈଳେଶ୍ୱର ନନ୍ଦ, କାର୍ଯ୍ୟକାରୀ ସଭାପତି ପ୍ରଭାତ କୁମାର ନନ୍ଦ ପ୍ରମୁଖ ଭଞ୍ଜଙ୍କ କୃତି ସଂପର୍କରେ କହିଥିଲେ। ସତ୍ୟବ୍ରତ ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିବା ବେଳେ ସତ୍ୟଗୋପାଳ ପରିଜା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଉପସଭାପତି ରାଜଲଷ୍ମୀ ମହାନ୍ତି, ସମ୍ପାଦକ ଡାକ୍ତର ଅଂଶୁମାନ କର, ଡାକ୍ତର ଅନୁପ ମାର୍ଥା, ଅଧ୍ୟାପକ ବିଶ୍ୱରଞ୍ଜନ ଦାସ, ପ୍ରଦୀପ କର, ଶକ୍ତିଶଙ୍କର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କଳାବିକାଶ କେନ୍ଦ୍ର ସଂଗୀତ ବିଭାଗ ଛାତ୍ରୀମାନେ ସମବେତ ଭଞ୍ଜ ସଂଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe