ନନ୍ଦନକାନନ‌େର ସିଂହ ‘ପିଛାନ୍’ ଗୁରୁତର

Advertisment
ନନ୍ଦନକାନନ‌େର ସିଂହ ‘ପିଛାନ୍’ ଗୁରୁତର

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହ ପିଛାନ୍(୨୦) ବାର୍ଦ୍ଧକ୍ୟ କାରଣରୁ ଗୁରୁତର ଅସୁସ୍ଥ ହୋଇ ପଡ଼ିଛି। ଠିକ୍ ଭାବେ ଖିଆ ପିଆ କରୁଛି, ହେଲେ ତାର ପରିସ୍ରା ସମସ୍ୟା ଦେଖା ଦେଇଛି। ଗତ ୪ ଦିନ ହେଲା ତାର ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେଉଛି। ଓୟୁଏଟି ବିଶେଷଜ୍ଞମାନଙ୍କୁ ନେଇ ଗଠିତ ସ୍ବାସ୍ଥ୍ୟ କମିଟିର ପରାମର୍ଶ କ୍ରମେ ତାର ଚିକିତ୍ସା କରାଯାଉଛି। ପିଛାନ୍‌କୁ ୨୦୧୩ ମାର୍ଚ୍ଚ ୨୭ ତାରିଖରେ ଆଉ ଏକ ସିଂହୀ ସହିତ ଗୁଜୁରାଟର ଜୁନାଗଡ଼ରୁ ନନ୍ଦନକାନନକୁ ଅଣାଯାଇଥିଲା। ସୂଚନାଯୋଗ୍ୟ ଯେ, ଅଗଷ୍ଟ ମାସ ୧୦ ତାରିଖରେ ଗୋଟଏ ଓ ସେହି ମାସ ୨୯ ତାରିଖରେ ଆଉ ଏକ ଆଫ୍ରିକୀୟ ସିଂହଙ୍କ ସଂକ୍ରମଣ କାରଣରୁ ମୃତ୍ୟୁ ହୋଇଯାଇଥିଲା। ଏବେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ହ୍ରାସ ପାଇ ୧୨ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ୬ଟି ସିଂହୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe