ଭୁବନେଶ୍ୱର: ଲାୟନ୍ସ କ୍ଲବ ଭୁବନେଶ୍ୱର, ଓଡ଼ିଶା, ଜିଲ୍ଲା ୩୨୨ ସି୪ ଦ୍ୱାରା ଲାୟନ୍ସ ବର୍ଷ ୨୦୧୮-୧୯ ପାଇଁ ସ୍ଥାନୀୟ ହୋଟେଲ ଆର୍ଯ୍ୟ ପ୍ୟାଲେସଠାରେ କ୍ଲବର ଆଭିମୁଖ୍ୟ, ବିଭିନ୍ନ ପ୍ରକାର ସେବାମୂଳକ କମିଟି ଏବଂ ବଜେଟ୍ ଉପସ୍ଥାପନ କରାଯାଇ ଆଲୋଚନା କରାଯାଇଛି। କ୍ଲବର ସଭାପତି ଲାୟନ ରମାକାନ୍ତ ସାହୁ, ସମ୍ପାଦକ ଲାୟନ ଅଶୋକ ଅଗ୍ରୱାଲା, କୋଷାଧ୍ୟକ୍ଷ ଲାୟନ ଅଶୋକ ମହାନ୍ତି ଚଳିତ ବର୍ଷ ପାଇଁ ବିଭିନ୍ନ ପ୍ରକାର ସେବାମୂଳକ କାର୍ଯ୍ୟ କରିବାକୁ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି। ଏହି ବୈଠକରେ ଉପସ୍ଥିତ ଥିବା ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଲାୟନ୍ସ ବନ୍ଧୁମାନେ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ। ନୟାପଲ୍ଲୀସ୍ଥିତ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟର ଉନ୍ନତି ନିମନ୍ତେ ଏକ କମିଟି ଗଠନ କରାଯାଇଛି। ରାୟଗଡ଼ା ଲାୟନ୍ସ କ୍ଲବର ଲାୟନ ଏନ୍.କେ. ଦାସଙ୍କ ବିୟୋଗରେ ଉପସ୍ଥିତ ଥିବା ସବୁ ଲାୟନ୍ସମାନେ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ୨୦୧୮-୧୯ ବର୍ଷ ପାଇଁ ବିଶିଷ୍ଟ ସମାଜସେବୀ ଲାୟନ ବିଶ୍ୱନାଥ ମହାନ୍ତି ଲାୟନ୍ସ ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶାର ଯୋଜନା କାର୍ଯ୍ୟକାରିଣୀ ବୈଠକ
Advertisment
Follow Us