ଫ୍ଲାଏଓଭର୍‌ରୁ ୭୪୪ ବୋତଲ ମଦ ଜବତ, ବୋଲେରୋ ସହ ଧରାପଡ଼ିଲା ବେପାରୀ

Advertisment

ରାଜଧାନୀରେ ବୁଲି ବୁଲି ବେପାର କରୁଥିଲା

ରାଜଧାନୀରେ ବୁଲି ବୁଲି ବେପାର କରୁଥିଲା

ଫ୍ଲାଏଓଭର୍‌ରୁ ୭୪୪ ବୋତଲ ମଦ ଜବତ, ବୋଲେରୋ ସହ ଧରାପଡ଼ିଲା ବେପାରୀ

ଭୁବନେଶ୍ବର: ନିଶା ବେପାରୀଙ୍କ ଭୂ- ସ୍ବର୍ଗ ପାଲଟିଛି ରାଜଧାନୀ ଭୁବନେଶ୍ବର। ଚୋରା ନିଶା କାରବାର ରାଜଧାନୀରେ କାୟା ବିସ୍ତାର କରି ଚାଲିଛି। ନିଶା ବେପାରୀ ପୂରା ସହରରେ ଜାଲ ବିଛାଇଛନ୍ତି। ସହରକୁ ନିଜ କବ୍‌ଜାକୁ ନେଇ ଯାଇଛନ୍ତି। ରାଜଧାନୀର ଛକକୁ ଛକ ବୁଲି ମଦ ବେପାର କରୁଛନ୍ତି। ଆଜି ଏମିତି ଜଣେ ବେପାରୀକୁ ସହିଦନଗର ଥାନା ପୁଲିସ୍‌ ଗିରଫ କରିଛି। ସେ ହେଲା, ଲକ୍ଷ୍ମୀସାଗର ଅଞ୍ଚଳର ଅଭିମନ୍ୟୁ ସାବତ। ପୁଲିସ ତା’ ନିକଟରୁ ୭୪୪ ବୋତଲ ସହ ଏକ ବୋଲେରୋ ଜବତ କରିଛି। ଆଜି ସଂଧ୍ୟାରେ ବାଣୀବିହାର ଫ୍ଲାଏଓଭର୍‌ରେ ସେ ବୋଲୋରୋରେ ମଦ ନେଇ ଯାଉଥିବା ବେଳେ ପୁଲିସ୍‌ ତାକୁ ଧରି ପକାଇଥିଲା।

ପୁଲିସ ସୂଚନା ଅନୁସାରେ, ଅଭିମନ୍ୟୁ ବୋଲେରୋରେ ମଦ ଭର୍ତି କରି ବିକ୍ରି କରିବାକୁ ନେଉଥିଲା। ଜୟଦେବ ବିହାରରୁ ରସୁଲଗଡ଼ ଅଭିମୁଖେ ଯାଉଥିବା ବେଳେ ଖବର ପାଇ ପୁଲିସ ବାଣୀବିହାର ଫ୍ଲାଏଓଭର ବ୍ରିଜ୍ ଉପରେ ଚଢ଼ଉ କରି ବୋଲେରୋ ସହ ଅଭିମନ୍ୟୁକୁ ଗିରଫ କରିଥିଲା। ବୋଲେରୋରୁ ୭୫୦ମିଲି ଓ ୧୮୦ ମିଲିର ମୋଟ ୭୪୪ ବୋତଲ ମଦ ଜବତ ହୋଇଥିଲା।ଜବତ ମଦର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ହେବ ବୋଲି ପୁଲିସ କହିଛି। ଅଭିମନ୍ୟୁ ଏହି ମଦକୁ ରାଜଧାନୀର ବିଭିନ୍ନ ଛକ ପାଖରେ ଥିବା ଚୋରା ବେପାରୀଙ୍କୁ ଯୋଗାଉଥିବା ପୁଲିସ ଜାଣିବାକୁ ପାଇଛି। ସହିଦନଗର ଥାନା ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe