ଭୁବନେଶ୍ୱର : ଦେଢ଼ ଲକ୍ଷ ଟଙ୍କାର ଦାମୀ ମଦ ଜବତ, ଗ୍ରାହକଙ୍କ ଘରେ କାର୍‌ରେ ପହଞ୍ଚୁଥିଲା

Advertisment
ଭୁବନେଶ୍ୱର : ଦେଢ଼ ଲକ୍ଷ ଟଙ୍କାର ଦାମୀ ମଦ ଜବତ, ଗ୍ରାହକଙ୍କ ଘରେ କାର୍‌ରେ ପହଞ୍ଚୁଥିଲା

ଭୁବନେଶ୍ୱର : ତାଲାବନ୍ଦ ପାଇଁ ମଦ ଦୋକାନ ବନ୍ଦ ରହିଛି। ହେଲେ ଖୁଲମ୍‌ଖୁଲ୍ଲା ମଦ ମିଳୁଛି। ଚୋରା ମଦ କିମ୍ବା ଚାଲୁ ବ୍ରାଣ୍ଡର ମଦ ନୁହେଁ, ବରଂ ବଛା ବଛା ବ୍ରାଣ୍ଡର ଦାମିକା ମଦ ପସନ୍ଦ ଅନୁସାରେ ଉପଲବ୍ଧ ହେଉଛି। ଏଭଳି ମଦ ଯାହା କେବଳ କିଛି ବଛା ବଛା ଦୋକାନରେ ମିଳେ। ଯଦିଓ ୩ ଗୁଣା ଦର ନିଆଯାଉଛି କିନ୍ତୁ ସହଜରେ ମିଳି ଯାଉଛି। ବିଶ୍ବସ୍ତ ଗ୍ରାହକ ହେଲେ ୩ ଗୁଣା ଦରରୁ କିଛି ଅଧିକ ନେଇ ଘରେ ପହଞ୍ଚାଇ ଦିଆଯାଉଛି। ଦାମୀ କାର୍‌ରେ ଯାଉଛି ଯେଭଳି ପୁଲିସ ବି ଟେର୍‌ ପାଇବନି। ଏଭଳି ଏକ ଚୋରା ବେପାରୀକୁ କ୍ୟୁଏଟି ସହାୟତାରେ ଧରିଛି ନୂଆପଲ୍ଲୀ ଥାନା ପୁଲିସ। ଜବତ ମଦର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଅଭିଯୁକ୍ତ ହେଉଛି ପାସ୍‌ପୋର୍ଟ ଅଫିସ ପଛ ନୀଳକଣ୍ଠ ନଗର ରହୁଥିବା ବିଶ୍ବଜିତ ନାୟକ। ତା‌’ଠାରୁ ୫୧.୩ ଲିଟର ବିଦେଶୀ ମଦ ଜବତ କରାଯିବା ସହ ନଗଦ ୨୮ହଜାର ୫ଶହ ଟଙ୍କା ଜବତ କରାଯାଇଛି। ମଦ ବେପାର ପାଇଁ ସେ ବ୍ୟହାର କରୁଥିବା ଏକ ଏକ୍ସୟୁଭି (ଓଡି୦୨ଏଚ୍‌-୭୧୧୭) ଓ ମଦ ପାଇଁ ଅର୍ଡର ରଖିବାକୁ ବ୍ୟବହାର ହେଉଥିବା ଏକ ମୋବାଇଲ ଫୋନ୍‌ ମଧ୍ୟ ଜବତ କରାଯାଇଛି। ରାଜଧାନୀର କେତେକ ବଡ଼ବଡ଼ିଆଙ୍କୁ ସେ ମଦ ଯୋଗାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସହରରେ ବିଭିନ୍ନ ସ୍ଥାନକୁ ମଦ ପହଞ୍ଚାଇବା ପାଇଁ ଜବତ ଗାଡ଼ିକୁ ବ୍ୟବହାର କରାଯାଉଥିଲା। ବଡ଼ବଡ଼ିଆଙ୍କ ଇସାରାରେ ଗାଡ଼ିକୁ ଛାଡ଼ି ଦିଆଯାଉଥିଲା ବୋଲି ଚର୍ଚ୍ଚା ହେଉଛି।

publive-image

ତେବେ ଏହି ମୋବାଇଲ ନମ୍ବରକୁ ନେଇ ଖୋଳତାଡ଼ ଚାଲିଛି। କେଉଁ କେଉଁ ନମ୍ବରରୁ ଫୋନ୍‌ ଆସିଛି? କେଉଁ ନମ୍ବରକୁ ଫୋନ୍‌ ଯାଇଛି? ଏଭଳି ବେପାର କେବେଠାରୁ ହେଉଥିଲା? କାହା ପାଖକୁ ମଦ ପଠାଯାଉଥିଲା? ଦୋକାନ ବନ୍ଦ ବେଳେ ଏଭଳି ସରକାରୀ ସ୍ବୀକୃତିପ୍ରାପ୍ତ ମଦ ଚୋରାରେ କେଉଁଠୁ ଆସୁଛି? ଏ ସବୁର ଉତ୍ତର ଏବେ ପୁଲିସ ଖୋଜୁଥିବା କହିଛି।

ପୁଲିସ ଠାରୁ ମିଳିଥିବା ସୂଚନା ମୁତାବକ, ବିଶ୍ବଜିତ ଜମି ବେପାର କରେ। ଜମି ବେପାର ବେଳେ ତା’ ସହ ବହୁ ବଡ଼ବଡ଼ିଆଙ୍କ ସମ୍ପର୍କ ରହିଥିଲା। ତାଲାବନ୍ଦରେ ବଡ଼ବଡ଼ିଆଙ୍କ ଚାହିଦାକୁ ଆଖି ଆଗରେ ରଖି ସେ ମଦ ବେପାର କରିବା ପାଇଁ ଯୋଜନା କରିଥିଲା। ବନ୍ଦ ପୂର୍ବରୁ ଭଲ ଭଲ ବ୍ରାଣ୍ଡର ମଦ ଆଣିଥିଲା। ଘରେ ଚଢ଼ଉ ଭୟରେ ସେଗୁଡ଼ିକୁ ସେ ଗାଡ଼ିରେ ରଖିଥିଲା। ପୂର୍ବରୁ କିଛି ବିକ୍ରି ସରିଥିବା ବେଳେ ୫୧ଲିଟର ମଦ ଗାଡ଼ିରେ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe