ଭୁବନେଶ୍ବର : ଖୋଲିଲା ମଦ ଦୋକାନ

Advertisment
ଭୁବନେଶ୍ବର : ଖୋଲିଲା ମଦ ଦୋକାନ

ଭୁବନେଶ୍ବର : ଆଜି ଠାରୁ ଦୋକାନ ଖୋଲିଛି। ଗ୍ରାହକମାନେ ଧାଡ଼ିବାନ୍ଧି ଦୋକାନରୁ ମଦ କିଣିଛନ୍ତି। ପୂର୍ବରୁ ଦୋକାନ ସକାଳ ସାଢ଼େ ୯ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା। ଏବେ କୋଭିଡ୍‌ ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହୁଛି। ସେଥିପାଇଁ ଆଜି ସକାଳ ୭ଟାରୁ ବିଭିନ୍ନ ଦୋକାନରେ ଗ୍ରାହକ ଧାଡ଼ି ବାନ୍ଧିଥିଲେ। କିନ୍ତୁ ବାହୁଡା ଯାତ୍ରା ଥିବାରୁ ବ୍ୟବସାୟ ଆଶାନୁରୂପ ହୋଇନଥିବା କେତେକ ବ୍ୟବସାୟୀ କହିଛନ୍ତି। ସେହିଭଳି ପୁଲିସ ମଧ୍ୟ ଆଶ୍ବସ୍ତ ହୋଇଛି। ପୂର୍ବରୁ ଅନ୍‌ଲାଇନ୍‌ରେ ମଦ ବ୍ୟବସାୟ ଆରମ୍ଭ ହେବା ବେଳେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ତେଣୁ ଆଜି ବିଭିନ୍ନ ଦୋକାନ ଉପରେ ପୁଲିସ ନଜର ରଖିଥିଲା। ପାଟ୍ରୋଲିଂ ଭ୍ୟାନ୍‌ ଦୋକାନ ପାଖରେ ପଇଁତରା ମାରିଥିଲା। ତେବେ ଗ୍ରାହକଙ୍କ ଭିଡ଼ ନଥିବାରୁ କୌଣସି ଦୋକାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ପୁଲିସ କହିଛି। ଯଦି ଭିଡ଼ ହୁଏ କିମ୍ବା କୋଭିଡ୍‌ କଟକଣା ଉଲ୍ଲଘନ ହୁଏ ତେବେ ଦୋକାନୀ ଦାୟୀ ରହିବେ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe