ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ଅଧିବେଶନ

ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ଅଧିବେଶନ

ଭୁବନେଶ୍ବର: ଓଡ଼ିଆ ସାହିତ୍ୟକୁ ଅବଦାନ ପାଇଁ କବି ହୁସେନ୍‌ ରବି ଗାନ୍ଧି ଓଡ଼ିଆ ଭାଷା-ସାହିତ୍ୟରେ ଅମର ହୋଇ ରହିବେ। ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ୪୭ତମ ଅଧିବେଶନରେ ଦିବଂଗତ କବିଙ୍କ ସ୍ମୃତିଚାରଣ ଅବସରରେ ଏଭଳି ମତପ୍ରକାଶ ପାଇଛି। ପ୍ରଫେସର୍‌ ଅଶୋକ ମହାନ୍ତିଙ୍କ ସଭା‌ପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଅଶ୍ବିନୀ ମିଶ୍ର, ପ୍ରଫେସର୍‌ ପ୍ରୀତୀଶ ଆଚାର୍ଯ୍ୟ, ଶଶିଭୂଷଣ ରଥ ପ୍ରମୁଖ ଉପସ୍ଥିତ ରହି ସଂସଦର ମାସିକ ୱେବ୍‌ ପତ୍ରିକା ‘ଇ-ପତ୍ରିକା’ର ଚଳିତ ସଂଖ୍ୟାକୁ ଲୋକାର୍ପିତ କରିଥିଲେ।

ଏହି ଅବସରରେ ବରିଷ୍ଠ ଗୀତିକବି ବସନ୍ତ ଦାସଙ୍କ ସଭାପତିତ୍ବରେ ଅଧ୍ୟାପିକା ଦୀପ୍ତିମୟୟୀ ସାହୁ, କମଳିନୀ ମଲ୍ଲିକ, ରଶ୍ମି କର ପ୍ରମୁଖଙ୍କ ସଂଯୋଜନାରେ ଏକାଧିକ କବି ଯୋଗଦେଇ କବିତା ପାଠ କରିଥିଲେ। ସଂସଦର ପ୍ରତିଷ୍ଠାତା ସଂପାଦକ ବସନ୍ତ ମାଝୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଇ-ପତ୍ରିକାର ସଂପାଦକ ସରୋଜ ଶଥପଥୀ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନୋରମା ମିଶ୍ର, ଶଶାଙ୍କ ଶେଖର ମିଶ୍ର, ବିଦ୍ୟାଧର ଗୁରୁ, କ୍ଷଣପ୍ରଭା ମହାନ୍ତି, ରଶ୍ମି ସାମଲ, ପ୍ରତିମାରାଣୀ ମିଶ୍ର ଷଡ଼ଙ୍ଗୀ, ପ୍ରବୀଣା ମହାନ୍ତି, କବିତା ନାୟକ, ନୀହାରିକା ରାୟ ବରାଳ, ଅଧ୍ୟାପକ ପବିତ୍ର ବାରିକ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe