ସାହିତ୍ୟ ସମାଜକୁ ଦିଗ୍‌ଦର୍ଶନ ଦିଏ

ଭୁବନେଶ୍ୱର ସାହିତ୍ୟ ସମାଜର ‘ଶୀତ ଆସର’

ସାହିତ୍ୟ ସମାଜକୁ ଦିଗ୍‌ଦର୍ଶନ ଦିଏ

ଭୁବନେଶ୍ୱର: ସାହିତ୍ୟ ସର୍ବଦା ମାନବଜାତିର ମଙ୍ଗଳ କାମନା କରିଆସିଛି। ସମାଜର ଅବିଗୁଣ, ଅବ୍ୟବସ୍ଥା ଓ ସମସ୍ୟା ବିରୋଧରେ ସ୍ୱର ଉତ୍ତୋଳନ କରି ସାହିତ୍ୟ ନଆ ସ୍ୱପ୍ନ ଓ ସମ୍ଭାବନାର ମାର୍ଗକୁ ପ୍ରଶସ୍ତ କରିଥାଏ। ସର୍ବୋପରି ସାହିତ୍ୟ ବିବେକର ସନ୍ଦେଶ ସହ ସମାଜକୁ ଦିଗ୍‌ଦର୍ଶନ ଦିଏ। ଭୁବନେଶ୍ୱର ସାହିତ୍ୟ ସମାଜର ବାର୍ଷିକ ସାରସ୍ୱତ ସମାଗମ ‘ଶୀତ ଆସର ୨୦୧୭’ରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ହିନ୍ଦୀ ଦୈନିକ ‘ଦେଶବନ୍ଧୁ’ର ମୁଖ୍ୟ ସଂପାଦକ ତଥା ପ୍ରସିଦ୍ଧ ସାହିତ୍ୟିକ ଲଳିତ ସୁର୍ଜନ ଏପରି କହିଛନ୍ତି। ଶ୍ରୀ ସୁର୍ଜନ ଆହୁରି କହିଲେ, ଓଡ଼ିଆ ସାହିତ୍ୟ ପ୍ରାଚୀନ, ପୁଣି ଅନ୍ୟ ପକ୍ଷରେ ପ୍ରଗତିଶୀଳ। ଇଡକଲ୍‌ ଅଡିଟୋରିୟମ୍‌ରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ଓଡ଼ିଶା ରିଭ୍ୟୁ’ର ପ୍ରାକ୍ତନ ସଂପାଦକ ରାଜକିଶୋର ମିଶ୍ର ଓଡ଼ିଆ ସାହିତ୍ୟର ଶାସ୍ତ୍ରୀୟତା ଓ ବିଶେଷତ୍ୱଗୁଡ଼ିକ ସାଂସ୍କୃତିକ ପୁନର୍ଜାଗରଣର ମାର୍ଗ ଉନ୍ମୁକ୍ତ କରିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କଥାକାର ଡ. ଗୌରହରି ଦାସ କହିଲେ, କରୁଣା ସାହିତ୍ୟର ମୂଳକଥା ହେବା ଆବଶ୍ୟକ। ପୃଥିବୀରେ ଘୃଣା, ଅସହିଷ୍ଣୁତା, ଈର୍ଷାକୁ ନେଇ କୌଣସି ବଡ଼ କୀର୍ତି ନାହିଁ। ପ୍ରତ୍ୟେକ ସଫଳ ସାହିତ୍ୟ କୃତି ସ୍ନେହ, ପ୍ରେମ, କରୁଣାକୁ ନେଇ ଆଧାରିତ। ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର ଉତ୍ସବରେ ଅଧ୍ୟକ୍ଷତା କରଥିଲେ। ଉପସଭାପତି ରକ୍ଷକ ନାୟକ ସ୍ୱାଗତ ଭାଷଣ ଦେଇଥିଲେ ।

ମୁଖପତ୍ର ‘କବିତା ୨୦୧୭’, ଶହେରୁ ଅଧିକ ଓଡ଼ିଆ କବିଙ୍କର ଇଂରାଜୀ ଓ ହିନ୍ଦୀ ଅନୁବାଦ ପୁସ୍ତକ ‘ଭୟେଜ୍‌ଦ ଓ ‘ତପତି ରେତ୍‌ ପର୍‌ ହରଶିିଙ୍ଗାର’ଲୋକାର୍ପିତ ହୋଇଥିଲା। କବି ଗଜାନନ ମିଶ୍ରଙ୍କୁ କୈଳାସ ଲେଙ୍କା ସ୍ମୃତି ସୃଜନ ସମ୍ମାନ ଓ ଚିତ୍ରଶିଳ୍ପୀ ବଳଦେବ ମହାରଥାଙ୍କୁ ଦିନନାଥ ପାଠୀ ସ୍ମୃତି ଶିଳ୍ପୀ ସମ୍ମାନ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସଂପାଦିକା ସୋନାଲି ମହାପାତ୍ର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିବାବେଳେ ଅନ୍ୟତମ ଉପସଭାପତି ମିନତି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe